ଲୋଇଡାପଦା ପାଞ୍ଚୟତ ରେ ସରପଞ୍ଚ ସୁଶ୍ରୀ ବିଳାସିନୀ ଓରାମ ଙ୍କ ନେତୃତ୍ୱରେ ସ୍ୱଚ୍ଛତା ହି ସେଵା ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ଅବସରରେ ଯୋଡ଼ା ବ୍ଲକ ଚେୟାରମ୍ୟାନ ଶ୍ରୀଯୁକ୍ତ କୋବିନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ…..

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲୋଇଡାପଡା ପଞ୍ଚାୟତ ରେ ଆଜି କେନ୍ଦ୍ର ସରକାର ଙ୍କର ୧୫ ଦିନିଆ ସ୍ୱଚ୍ଛତା ହି ସେବା ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସରପଞ୍ଚ ସୁଶ୍ରୀ ବିଳାସିନି ଓରାମ ଙ୍କ ନେତୃତ୍ୱରେ ଶୁଭାରମ୍ଭ ହୋଇଥିଲା।ଏହି ଅବସରରେ ଯୋଡ଼ା ବ୍ଲକ ଚେୟାରମ୍ୟାନ ଶ୍ରୀଯୁକ୍ତ କୋବିନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସର୍ବପ୍ରଥମେ ପଞ୍ଚାୟତ ଅଫିସରେ ଏକ ସଭା ର ଆୟୋଜନ ହୋଇଥିଲା ଏବଂ କିପରି ସମାଜ କୁ ସ୍ୱଚ୍ଛତା ଓ ସୁସ୍ଥ ରଖିବା ସହ କିପରି କେନ୍ଦ୍ରସରକାର ଙ୍କ ଯୋଜନାରେ ଘରେ ଘରେ ସର୍ଟଫିଟ ଏବଂ କମ୍ପୋଷ୍ଟ ଫିଟ ଖୋଲି ପରିବେଶ କୁ ସୋଫା ରଖିପାରିବା ଏନେଇ ସରପଞ୍ଚ ଆଉ ଚେୟାରମ୍ୟାନ ଲୋକଙ୍କ ନିକଟରେ ମତ ପ୍ରକାଶ କରିଥିଲେ। କେନ୍ଦୁଝର ଜିଲ୍ଲାର ସମସ୍ତ ଗ୍ରାମରେ ଗ୍ରାମ୍ୟ ପରିବେଶକୁ ପରିମଳ ଏବଂ ପ୍ରଦୂଷଣ ମୁକ୍ତ ସହ ଏକ ସୁନ୍ଦର ପରିବେଶ ଭିତରେ ପ୍ରତ୍ୟେକ ଅଧିବାସୀ ଉତ୍ତମ ସ୍ୱାସ୍ଥ୍ୟ ନେଇ ଜୀବନ ଯାପନ କରିପାରିବେ ତାହାକୁ ପ୍ରାଧାନ୍ୟ ଦିଆଯାଇଛି।

ଏହି କ୍ରମରେ ଯୋଡ଼ା ବ୍ଲକରେ ଗତ ୧୫ ଦିନ ଧରି ଆୟୋଜିତ ହୋଇ ଆସୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ।ଯୋଡ଼ା ବ୍ଲକ ବିଡ଼ିଓ ଜଗନ୍ନାଥ ହନୁମାନ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଜାରୀ ରହିଛି।ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯିବା ସହ ପ୍ରତି ପଞ୍ଚାୟତରେ ଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ପରିସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଶୋଭା ପରେ ପ୍ରଥମେ ସ୍ଥାନୀୟ ମହିଳା ସଂଘ ଏବଂ ସମସ୍ତ ୱାର୍ଡମେମ୍ବର ରହି ପୁରା ପାଞ୍ଚାୟତ ଅଫିସ ପରିସର କୁ ସୋଫା କରିଥିଲେ ପରେ ସ୍ଥାନୀୟ ସେବାଶ୍ରମ କୁ ଯାଇ ସୋଫା କରିବା ସହ ଛୋଟ ଛୋଟ ପିଲାଙ୍କୁ ସ୍ୱଚ୍ଛ ଏବଂ ସୁସ୍ଥ ରହିବା ପାଇଁ ବାର୍ତ୍ତା ଦେଇଥିଲେ।