ଗୁରୁତର ଗରିବ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି କିନ୍ନର

କେନ୍ଦୁଝର ଜିଲ୍ଲା ରେ ଦେଖିବାକୁ ମିଳିଛି ଆଜି ରକ୍ତହୀନତାରେ ….

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରେ ଦେଖିବାକୁ ମିଳିଛି ଆଜି ରକ୍ତହୀନତାରେ ପୀଡ଼ିତ ଜଣେ ଗୁରୁତର ଗରିବ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି କିନ୍ନର । ରକ୍ତ ଦାନ କରି ରୋଗୀଙ୍କ ଜୀବନ ବଞ୍ଚାଇ ସେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତିଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦୁଝର ରେ ଏକ ଶିଶୁ ର “ଓ”ପଜିଟିଭ ରକ୍ତ ର ନିତ୍ୟାନ୍ତ ଆବଶ୍ୟକତା ପଡ଼ିଥିଲା ।

ଏ ଖବର ପାଇ ଯୁବ ସମାଜସେବୀ ଆକାଶ ରାଜ୍ ଏ ବିଷୟ ରେ ଦିବ୍ୟଙ୍କା ଦାସ ନାମକ ଜଣେ କିନ୍ନର ଙ୍କୁ ଜଣାଇଲେ।କାରଣ ତାଙ୍କର ରକ୍ତ ମଧ୍ୟ “ଓ” ପଜିଟିଭ ବର୍ଗ ରକ୍ତଦାନ କରିଥିବା କହିଛନ୍ତି ଏବଂ ସେ ଅନେକ ଦିନ ରୁ ରକ୍ତଦାନ ପାଇଁ ଇଛୁକ ଥିଲେ । ତେଣୁ ସେ ସବୁ ଜାଣିବା ପରେ ସଙ୍ଗେ ସଙ୍ଗେ ରକ୍ତଦାନ ପାଇଁ ରାଜି ହେଇଗଲେ ଏବଂ ଖୁବ୍ କମ୍ ସମୟ ରେ କେନ୍ଦୁଝର ରକ୍ତଭଣ୍ଡାର କୁ ଆସି ଯୁବ ସମାଜସେବୀ ଆକାଶ ରାଜ୍ ଙ୍କ ଉପସ୍ଥିତି ରେ ନିଜ ପାଇଁ ସମ୍ପୂର୍ଣ୍ଣ ରୂପେ ଅଜଣା ଶିଶୁ ଟି କୁ ନିଜର ବହୁମୂଲ୍ୟ ରକ୍ତଦାନ କରି ତାଙ୍କର ଜୀବନ ବଞ୍ଚାଇବା ରେ ସହାୟକ ହେଲେ।କିନ୍ନର ଭଉଣୀ ଙ୍କ ଏପରି ମହତ୍ କାର୍ଯ୍ୟ ନିଶ୍ଚିତ ଭାବେ ଆଜିକାର ସ୍ୱାର୍ଥପର ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।