ରଙ୍ଗାରଙ୍ଗ ନାଚ ଗୀତରେ ଦୁଲୁକିଲା ଧଳାଡିହି ମକର ମେଳା

କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଯୋଡ଼ା….

କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଯୋଡ଼ା ବ୍ଲକ ଅନ୍ତର୍ଗତ ଧଳାଡିହି ଠାରେ ମକର ମେଳା ଆଜି ଧୁମଧାମରେ ଶେଷ ହୋଇଛି ମନ୍ଦୀର ରେ ଆଜି ସକାଳୁ ରୀତି ନୀତି ଅନୁଯାୟୀ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହି ମେଳା ଗତ ଅଠର ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି ।ଏହି ମେଳାରେ ଅତିଥି ଭାବେ ୨୮ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଡମ୍ବରୁଧର କୁଦାଦା , ପୂର୍ବତନ ଚମକପୂର୍ ସରପଂଚ ପ୍ରଭାକର ନାଏକ , ନାଏବ ସରପନଚ ଅର୍ଜୁନ ବେହେରା ,କୋମଲ ଲୋଚନ ମହାନ୍ତ, ପ୍ରମୁଖ ଯୋଗ ଦେଇ କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଧବଳେଶ୍ଵର ମନ୍ଦିର କମିଟି ପକ୍ଷରୁ ତିନି ଦିନ ଧରି ପାଲା, ଆଦିବାସୀ ପରମ୍ପରା ନୃତ୍ୟ ଓ ମେଲୋଡି ଆୟୋଜନ କରାଯାଇ ଥିଲା ।ମେଳା ପଡିଆ ରେ ବିଭିନ୍ନ ପ୍ରକାର ଦୋକାନ ରେ ଲୋକଙ୍କ ଗହଳି ଲାଗି ରହି ଥିଲା । ଧଳା ଡିହି ଗ୍ରାମର ସମସ୍ତ ଯୁବକ ରହି ମେଳା କୁ ପରିଚାଳନା କରିଥିଲେ । ରିମୁଲି ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ନାଏକ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।