ସାଧାରଣତନ୍ତ୍ର ଦିବସ, ୨୦ ଜିଲାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ

ପୂର୍ବରୁ ଜିଲାସ୍ତରରେ କିଏ କେଉଁଠି ଜାତୀୟ ପତାକା….

ଭୁବ‌େ‌ନଶ୍ବର: ଆଉ ଦିନ କେଇଟା ପରେ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଜିଲାସ୍ତରରେ କିଏ କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ, ତାହାର ତାଲିକା ପ୍ରକାଶ ପାଇଛି। ତାଲିକା ଅନୁସାରେ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗଜପତିରେ ପତାକା ଉତ୍ତୋଳନ କରିବାକୁ ଥିବାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକରେ ଆୟୋଜିତ ହେବାକୁ ଥିବା ସମାରୋହରେ ଯୋଗଦେବେ। କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗଞ୍ଜାମରେ ପତାକା ଉତ୍ତୋଳନ କରିବେ।

ସୁବର୍ଣ୍ଣପୁରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜଗତସିଂହପୁର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, କେନ୍ଦୁଝର ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, କେନ୍ଦ୍ରାପଡ଼ା ଖଣି ପ୍ରଫୁଲ୍ଲ କୁମାର ମଲ୍ଲିକ, ପୁରୀ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଢେଙ୍କାନାଳ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କଳାହାଣ୍ଡିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମାଲକାନଗିରି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମୟୂରଭଞ୍ଜ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରଗଡ଼ରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବାଲେଶ୍ବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସୁନ୍ଦରଗଡ଼ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ, କନ୍ଧମାଳରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, କୋରାପୁଟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବଲାଙ୍ଗୀର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ସମ୍ୱଲପୁର ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଏବଂ ଦେବଗଡ଼ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ ପତାକା ଉତ୍ତୋଳନ କରିବେ।