ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୋଲିସ

ବଡ଼ବିଲ ପୋଲିସକୁ ବଡ଼ ସଫଳତା ମିଳିଛି। ଡକାୟତି ଯୋଜନା ବେଳେ…

କେନ୍ଦୁଝର: ବଡ଼ବିଲ ପୋଲିସକୁ ବଡ଼ ସଫଳତା ମିଳିଛି। ଡକାୟତି ଯୋଜନା ବେଳେ ମାଡ଼ିବସିଲା ପୋଲିସ । ୩ ଜଣ ଡକାୟତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୨ଟି ଖଣ୍ଡା, ମୋବାଇଲ ସହ ସ୍କୁଟି ଓ ବାଇକ୍ ଜବତ କରିଛି ପୋଲିସ ।ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଏହି ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟ ରାଇକା ସ୍ଥିତ ଶୀତଲ ମିନେରାଲ୍ସ କ୍ରସର ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ । ଏନେଇ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ବଡ଼ବିଲ ପୋଲିସ ସଦଳବଳେ ସେଠାରେ ଚଢ଼ାଉ କରିଥିଲା ।

ତେବେ ପୋଲିସ ୩ ଜଣ ଡକାୟତଙ୍କୁ ମାଡ଼ିବସିଥିବା ବେଳେ, ଅନ୍ଧାରର ସୁଯୋଗ ନେଇ ଅନ୍ୟ ୨ ଡକାୟତ ଫେରାର ହୋଇଯାଇଥିଲେ ବୋଲି ବଡ଼ବିଲ ପୋଲିସ ସୂଚନା ଦେଇଛି । ଗିରଫ ୩ ଜଣ ହେଲେ, କାରାଖେଣ୍ଡ୍ରା ଅଞ୍ଚଳର ବିଜୟ ମୁଣ୍ଡା, ଟାଙ୍କୁରା ଅଞ୍ଚଳର ଜଗା ମୁଣ୍ଡା ଏବଂ ସୁରେଶ ମୁଣ୍ଡା । ଗୁରୁବାର ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।