ଓଡ଼ିଶାରେ ତିଆରି ହେବ ଏକ ଲିଟର ପେଟ୍ରୋଲରେ ୭୦ କିମି ଗତି କରୁଥିବା କାର୍‌

ଏକ ଲିଟର ପେଟ୍ରୋଲରେ ୭୦ କିଲୋମିଟର ଗତି କରି ପାରୁଥିବା କାର

ଭୁବନେଶ୍ୱର: ଏକ ଲିଟର ପେଟ୍ରୋଲରେ ୭୦ କିଲୋମିଟର ଗତି କରି ପାରୁଥିବା କାର ତିଆରି କରିବା ପାଇଁ ଓଡ଼ିଶାର ଜଣେ ଅଟୋ ଗବେଷକ ଅଂଟା ଭିଡ଼ିଛନ୍ତି । ଏ ସମ୍ପର୍କରେ ସେ ଜର୍ମାନୀର ଏକ କାର କମ୍ପାନୀ ସହ କଥା ହୋଇଛନ୍ତି । ସାକ୍‌ସୀ ନ୍ୟୁଜ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଅଟୋ ଗବେଷକ ଧର୍ମରାଜ କହିଛନ୍ତି, ଜର୍ମାନୀର ବର୍ଗାଡ୍‌ କମ୍ପାନୀ ସହ ମୋର ଆଲୋଚନା ଶେଷ ହୋଇଛି । ଭାରତରେ ପ୍ରତିଷ୍ଠିତ ବହୁ କାର ନିର୍ମାତା ମୋ ଇଞ୍ଜିନ ଡିଜାଇନକୁ ନାପସନ୍ଦ କଲେ । ଏପରିକି ଇପିକଲର ଜଣେ ବରିଷ୍ଠ ଅଧିକାରୀ ଲଘୁ ମନ୍ତବ୍ୟ