ଆଜିବି ଅଙ୍ଗନୱାଡ଼ି ଗୃହ ଅଭାବରୁ କୁନି ଛୁଆ ମାନେ ଗଛ ମୂଳେ ପାଠ ପଢୁଛନ୍ତି

ଅଙ୍ଗନୱାଡ଼ି ଗୃହ ଅଭାବରୁ ଗଛ ମୂଳେ କୁନି ଛୁଆଙ୍କ ପାଠ …

କେନ୍ଦୁଝର: ଅଙ୍ଗନୱାଡ଼ି ଗୃହ ଅଭାବରୁ ଗଛ ମୂଳେ କୁନି ଛୁଆଙ୍କ ପାଠ ପଢା କେନ୍ଦୁଝର ଜିଲ୍ଲା ଝୁମ୍ପୂରା ବ୍ଲକ ନାରଦ ପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ପୁର ଗ୍ରାମରେ ଆଜିବି ଅଙ୍ଗନୱାଡ଼ି ଗୃହ ଅଭାବରୁ କୁନି ଛୁଆ ମାନେ ଗଛ ମୂଳେ ପାଠ ପଢ଼ିବାକୁ ଦେଖିବାକୁ ମିଳିଛି । ସରକାର ଡିମଡିମ ପିଟୁଛନ୍ତି କି ମୁଁ ସବୁ କରି ପକାଇଛି ସବୁ ଅଭାବ ଦୂର କରୁଛି କିନ୍ତୁ ନିଜ ସ୍ଵ ଚକ୍ଷୁ ରେ ଦେଖିବାର ଆବଶ୍ୟକ ,କାଲିର ଭବିଷ୍ୟତ ଆଜିର କୁନି ଛୁଆ କଣ୍ କେମିତି ନିଜର ଭବିଷ୍ୟତ ପାଇଁ ପ୍ରୟାସ ଜାରି ରଖି ଛନ୍ତି । ୧୯୮୨ମସିହା ର ଅଙ୍ଗନୱାଡ଼ି ସେଣ୍ଟର୍ ସେଦିନ ର ଟାଇଲ ଘର ଆଜି ଭାଙ୍ଗି ଯାଇଛି ।

ଗ୍ରାମବାସୀ ଙ୍କ ଏବଂ ଅଙ୍ଗନୱାଡ଼ି ଦିଦି ଙ୍କ ସରକାରୀ ସ୍ତରରେ ବାରମ୍ବାର ଅଭିଯୋଗ ଉପରସ୍ଥ ଅଫିସର କେତେଦୂର କର୍ଣ୍ଣପାତ କରୁଛନ୍ତି ବା ଗ୍ରହଣ କରୁଛନ୍ତି ଆଜି ଗ୍ରାମବାସୀ ଅବାକ୍ ହେଇଛନ୍ତି । ସତରେ ସରକାର ଏଇ କୁନି ଛୁଆଙ୍କ ପାଇଁ ଦୃଷ୍ଟି ପଡୁନି ନା ଜାଣି ଶୁଣି ପଦକ୍ଷେପ ନେଉ ନାହାଁନ୍ତି । ଆଜି ଅଙ୍ଗନୱାଡ଼ି ଦିଦି ନିଜର ମନ ଦୁଃଖରେ ନିଜର ଛୁଆଙ୍କ ପାଇଁ ଆକୁଳ ହେଉଛନ୍ତି ।ଘର ଟିଏ ହେଲେ ମୁଁ ଶାନ୍ତିରେ ଛୁଆଙ୍କୁ ବସାଇ ,ଗୃହ ଭିତରେ ଋଷେଇ କରି ଛୁଆଙ୍କୁ ଖାଇବାକୁ ଦେଇ ପାରନ୍ତି । ବର୍ଷା ହେଲେ ଏୟା ବାରଣ୍ଡା ତା ବାରଣ୍ଡା ଯାଇ ରୁସେଇ କରୁଛି । ସତରେ ଅଫିସର ମାନେ ଜାଣି ପାରୁନାହାନ୍ତି ନା ଜାଣି ଶୁଣି ଚୁପ୍ ରହୁଛନ୍ତି । ଅଙ୍ଗନୱାଡ଼ି ଦିଦି କବିତା ସେନାପତି ଙ୍କ ଅଭିଯୋଗ ଗ୍ରହଣ କଲେ ଛୁଆଙ୍କ କଷ୍ଟ ଦୂର ହୁଅନ୍ତା ବୋଲି ଦିଦି ଙ୍କ ଅଭିଯୋଗ । ଆମର ପ୍ରତିନିଧି ଝୁମ୍ପୂରା ସି ଡ଼ି ପି ଓ ଙ୍କୁ ପଚାରିବାରୁ କହିଲେ ମୁଁ ମଧ୍ୟ ଉପରସ୍ଥ୍ ଅଧିକାରୀ ଙ୍କୁ ଜଣେଇଛି । ଦେଖିବା କେବେ କରିବେ ଏଇ ଥିଲା ଜବାବ୍ ମାଡ଼ାମ ଙ୍କ।ବଡ଼ବିଲ ଡିମ୍ପଲ ସାଣ୍ଡିଲ ରିପୋର୍ଟ।