ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ମୃତ, ୪ଗୁରୁତର

ଶନିବାର ସକାଳେ ପଣ୍ଡାପଡ଼ା….

କେନ୍ଦୁଝର : କେନ୍ଦୁଝରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୪ ଗୁରୁତର ହୋଇଛନ୍ତି। ଶନିବାର ସକାଳେ ପଣ୍ଡାପଡ଼ା ଥାନା ବସନ୍ତପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଟୋ ଓ ବୋଲେରୋ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଥିବା ଜଣପଡିଛି।