ଗୁନାସିକା ମହୋତ୍ସବ ଅନୁଷ୍ଠିତ ହେଇଯାଇଛି l

ପୁଣି ଥରେ କେନ୍ଦୁଝରେ ଗୁନାସିକା ମହୋତ୍ସବ ଉଦଘାଟିତ ହୋଇଯାଇଛି

କେନ୍ଦୁଝର : ମାନ୍ୟବର ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମହୋଦୟା ଏହାକୁ ଉଦଘାଟନ କରି ଥିଲେ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଏହି ୧୮ରୁ ୨୫ ତାରିଖ ଯାଏ ଏହା ଚାଲିବ । ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ ପରିବେଷଣ କରା ଯିବାକୁ ସ୍ଥିର ହୋଇଛି ।ରାଜ୍ୟର ବଡ କଳାକାରଙ୍କ ସହ ସ୍ଥାନୀୟ କଳାକାରଙ୍କୁ ଏଥି ଲାଗି ନିମନ୍ତ୍ରଣ କରା ଯାଇଛି ।  କେନ୍ଦୁଝର ଷ୍ଟାଡିୟମ ସାମ୍ନାରେ ଏଥି ଲାଗି ସବୁ ବ୍ୟବସ୍ଥା ହୋଇଛି ସ୍ଥାନୀୟ ତଥା ବାହାରୁ ଅନେକ ବ୍ୟବସାୟୀ ଷ୍ଟଲ ପକେଇଛନ୍ତି । ପାଗ ଅନୁକୂଳ ଥିବାରୁ ବେପାର ଭଲ ହେବ ବୋଲି ବ୍ୟବସାୟୀମାନେ ଆଶା କରିଛନ୍ତି । ଏହି ଅବସରରେ ପୁସ୍ତକ ମେଳା ଓ ଖାଦ୍ୟ ମେଳା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ତେବେ ସବୁ ଠିକ ହୋଇ ସାରିବା ପରେ ଗୋନାସିକା ମହୋତ୍ସବ ସ୍ମରଣିକା ବନ୍ଦ କରା ଯାଇ ଥିବାରୁ ବୁଦ୍ଧିଜୀବୀ ଓ କବି ଲେଖକ ମାନେ ହତାଶ ହୋଇ ଦୁଃଖ ପ୍ରକାଶ କରିଛନ୍ତି । ତେଣୁ ପୁଣି ଏହାକୁ ପ୍ରକାଶ କରିବାକୁ ଦାବି କରିଛନ୍ତି ।