ଓଡ଼ିଶା ସାମ୍ବାଦିକ ସଂଘ ର କେନ୍ଦୁଝର ଜିଲ୍ଲା ସମ୍ମିଳନୀ

କାଣୀଝରୀ ଡ୍ୟାମ ଠାରେ ଓଡିଶା ସାମ୍ବାଦିକ ସଂଘ…

କେନ୍ଦୁଝର: କାଣୀଝରୀ ଡ୍ୟାମ ଠାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର କେନ୍ଦୁଝର ଜିଲା ବୈଠକ ସଭାପତି ମଳୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାର୍ଥରକ୍ଷା ଦିଗରେ ସଂଘ ସର୍ବଦା ସହଯୋଗର ହାତ ବଢ଼ାଇ ଆସିଛି ଏବଂ ଆଗାମୀ ଦିନରେ ସଂଘ ପକ୍ଷରୁ ଏହି ଉଦ୍ୟମ ନିରନ୍ତର ଜାରି ରହିବ ବୋଲି କହିଥିଲେ।

କେନ୍ଦୁଝର ଜିଲାରେ ସଂଘ କାର୍ଯ୍ୟ ଗତ କିଛିବର୍ଷ ଧରି ବନ୍ଦ ରହିଥିବା ବେଳେ ପୁଣିଥରେ ସଂଘ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବାରୁ ଉଦ୍ୟୋକ୍ତାଙ୍କୁ ସାଧୁବାଦ ଦେବା ସହ କେନ୍ଦୁଝର ସଂଘ ରାଜ୍ୟରେ ୧ନଂ ସଂଘରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ସଂଘର ରାଜ୍ୟ ଉପସଭାପତି ଦୀପକ ନାଏକ ଓ ସଙ୍ଗଠନ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ସଂଘ ସର୍ବଦା ସହଯୋଗର ହାତ ବଢ଼ାଇ ଆସିଛି ବୋଲି କହିଥିଲେ।

ଜିଲା ସମ୍ପାଦକ ସନ୍ତୋଷ ମହାପାତ୍ର ପ୍ରାରମ୍ଭରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଅବସରରେ ସଂଘକୁ ଆଗେଇ ନେବାରେ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ। ସାମ୍ବାଦିକ ନିର୍ମଳ କୁମାର ବାରିକ କେନ୍ଦୁଝର ଜିଲାରେ ସଂଘର ଆଭିମୁଖ୍ୟ କିଭଳି ରହିବା ଆବଶ୍ୟକ ସେ ଦିଗରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଦୀପକ ମିଶ୍ର,ପ୍ରଶାନ୍ତ ନାଏକ, ନାରାୟଣ ସାହୁ, ରତ୍ନାକର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜିଲାରେ ସଂଘ କାର୍ଯ୍ୟକଳାପକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଘଟଗାଁ ବ୍ଲକ ମୁକୁନ୍ଦପୁରପାଟଣା ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ, ସଦର ବ୍ଲକ ନେଲୁଙ୍ଗ ସରପଞ୍ଚ ଚନ୍ଦ୍ରମଣୀ ସିଂ ଓ ରଘୁନାଥପୁର ସରପଞ୍ଚ ଗୌରୀ ନାଏକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା। ସାମ୍ବାଦିକ ହେମନ୍ତ ମହାରଣା ଓ ଜଗବନ୍ଧୁ ମହାନ୍ତଙ୍କ ସହଯୋଗରେ ଆୟୋଜିତ ଏହି ବୈଠକରେ ଜିଲାରେ କାର୍ଯ୍ୟରତ ଶତାଧିକ ସାମ୍ବାଦିକ ଯୋଗ ଦେଇଥିବା ବେଳେ ଶେଷରେ ନିର୍ମଳ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।