ବ୍ଲକ୍ ପ୍ରଶାସନିକ ଅଧିକାରୀ ଓ ମହିଳା ଜନ ପ୍ରତିନିଧି ମାନଙ୍କ ବୈଠକ l

ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଚାରିଛକ ଠାରେ…..

ବୌଦ୍ଧ : ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଚାରିଛକ ଠାରେ ବ୍ଲକ୍ ପ୍ରଶାସନିକ ଅଧିକାରୀ ଓ ମହିଳା ଜନ ପ୍ରତିନିଧି ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ଅତିଥି ରୂପେ BDO ଶ୍ରୀଯୁକ୍ତ ସମ୍ଭୁଭୂଷନ ମିଶ୍ର , APO ହେମନ୍ତ ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ମହିଳାମାନେ କିପରି ବ୍ଲକ ପ୍ରଶାସନ ତରଫରୁ ସବୁ ପ୍ରକାର , ଯୋଜନା ଜାଣିବେ ଓ ସୁବିଧା ପାଇ ପାରିବେ ସେ ବିଷୟରେ ଅତିଥିମାନେ ମନ୍ତବ୍ୟ ପ୍ରଦାନ କରିଥିଲେ । ରାସ୍ତା ,ସ୍କୁଲ , ଅଙ୍ଗନୱାଡି, ପେନସନ , ପରିବାର କଲ୍ୟାଣ , ମନରେଗା, ଅନ୍ୟ ସମସ୍ତ ଯୋଜନା ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବାଣିଭୂଷଣପୁର, ପୁରୁଣା କଟକ, ତିଲେଶ୍ୱର, ପିତାମ୍ବରପୁର , ବୀରନରସିଂହପୁର , ସରସରା ଓ ବନ୍ଧାପଥର ପଞ୍ଚାୟତ ର ମହିଳା ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂଯୋଜକ ପ୍ରତାପ ମେହେର ସଭା ପରିଚାଳନା କରିଥିଲେ ।