ପତ୍ନୀଙ୍କୁ ଖୋଜୁଛନ୍ତି ‘ବିକିନି କିଲର’ ଚାର୍ଲସ ଶୋଭରାଜ

ବିଗ୍‌ ବସ୍‌ରେ ଅଂଶଗ୍ରହଣ କରି ନିହିତା ପ୍ରଥମ ସୋ’ରେ ବିଦାୟ ନେଇଥିଲେ…..

ବିକିନି କିଲର ଭାବେ ସାରାବିଶ୍ୱରେ ପରିଚିତ ଚାର୍ଲସ ଶୋଭରାଜ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଥର ଚର୍ଚ୍ଚାର ବିଷୟ ହେଉଛି ତାଙ୍କୁ ଜେଲରୁ ମୁକ୍ତ କରି ଦିଆଯିବା । ୨୦୦୩ରୁ ନେପାଳ ଜେଲରେ କଏଦୀ ଜୀବନ କାଟୁଥିବା ଚାର୍ଲସ ଶୋଭରାଜଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଚାର୍ଲସ ଜଣେ କୁଖ୍ୟାତ କିଲର ଭାବେ ଯେତିକି ଚର୍ଚ୍ଚିତ; ବିଳାସମୟ ଜୀବନଯାପନ ପାଇଁ ତା’ଠାରୁ ଆହୁରି ଚର୍ଚ୍ଚାରେ ।

ବହୁ ଝିଅଙ୍କ ଜୀବନ ସହ ଖେଳିବା ପରେ ଚାର୍ଲସ ତାଙ୍କ ବୟସ ତୁଳନାରେ ଯଥେଷ୍ଟ ସାନ ନିହିତାଙ୍କୁ ବିବାହ କରିଥିଲେ । ସେତେବେଳେ ନିହିତାଙ୍କୁ ମାତ୍ର ୨୧ ବର୍ଷ ବୟସ । ୪୫ ବର୍ଷୀୟ ଚାର୍ଲସଙ୍କୁ ପ୍ରେମ ବିବାହ କରି ନିହିତା ଯେତିକି ଚର୍ଚ୍ଚିତ ହୋଇଥିଲେ । ଜଣେ ସିରିଏଲ୍‌ କିଲରଙ୍କୁ ବିବାହ ପାଇଁ ପସନ୍ଦ କରି ସେ ପୁରୁଷ ସମାଜକୁ ଆଚମ୍ବିତ କରିଥିଲେ । ଚାର୍ଲସଙ୍କ ପତ୍ନୀ ନିହିତାଙ୍କୁ ଆପଣମାନେ ବିଗ୍‌ ବସ୍‌-୫ରେ ଦେଖିବାର ସୁଯୋଗ ପାଇଛନ୍ତି । ନିହିତା ବିଶ୍ୱାସ ନେପାଳ ନିବାସୀ । ନେପାଳ ଜେଲରେ ନିହିତା-ଚାର୍ଲସ ପରସ୍ପରକୁ ଭେଟିଥିଲେ ।

ଚାର୍ଲସଙ୍କୁ ଜଣେ ଅନୁବାଦକ ଦରକାର ଥିଲା । ଅନୁବାଦକ କାମ କରୁକରୁ ନିହିତା ଚାର୍ଲସଙ୍କ ପ୍ରେମରେ ପଡ଼ିଗଲେ । ମିଡିଆ ଆଗରେ ନିହିତା ଚାର୍ଲସଙ୍କୁ ସଂପୂର୍ଣ୍ଣ ନିର୍ଦ୍ଧୋଷ କହିଥିଲେ । ବିଗ୍‌ବସ୍‌’ରେ ଭାଗ ନେବା ସଂପର୍କରେ ନିହିତା କହନ୍ତି ଯେ ସେ ଚାର୍ଲସଙ୍କର ଆଗ୍ରହକୁ ସମ୍ମାନ ଜଣାଇ ବିଗ୍‌ ବସ୍‌ରେ ଭାଗ ନେଇଛନ୍ତି । ବିଗ୍‌ ବସ୍‌ରେ ଅଂଶଗ୍ରହଣ କରି ନିହିତା ପ୍ରଥମ ସୋ’ରେ ବିଦାୟ ନେଇଥିଲେ । ବିଗ୍‌ବସ୍‌’ ସୋ’ରେ ଶ୍ରଦ୍ଧା ଶର୍ମାଙ୍କ ସହିତ ନିହିତାଙ୍କର ଭୀଷଣ ଝଗଡ଼ା ହୋଇଥିଲା ।

ଅନ୍ୟତମ ପ୍ରତିଯୋଗୀ ମନ୍‌ଦୀପ ବେଲବୀଙ୍କ ସହିତ ମଧ୍ୟ ନିହିତା କଳି କରିଥିଲେ । କଥା ଛଳରେ ମନ୍ଦିପ ନିହିତାଙ୍କୁ ପଚାରିଦେଲେ, ଆପଣ କେବେ ଚାର୍ଲସଙ୍କ ସହିତ ସହବାସ କରିଛନ୍ତି? ବାସ୍‌ କଥା ସରିଲା, ସେତିକିରେ ନିହିତାଙ୍କ ରାଗ ପଂଚମ ପାରାକୁ ଚଢ଼ିଗଲା । ଏବେ ନିହିତାଙ୍କ ଅବସ୍ଥିତି କାହାକୁ ମାଲୁମ ନାହିଁ । ସୋସିଆଲ ମିଡିଆରୁ ନିହିତା ଅନ୍ତର୍ଦ୍ଧାନ୍‌ ହୋଇଯାଇଛନ୍ତି । ଜେଲରୁ ମୁକୁଳିଲା ପରେ ଚାର୍ଲସ ଅବଶ୍ୟ ନିହିତାଙ୍କ ଅନ୍ୱେଷଣରେ ବ୍ୟସ୍ତ ଅଛନ୍ତି ।