ବଡ଼ବିଲ ପ୍ରେସ୍ କ୍ଲବରେ ପାଳିତହେଲା ଜାତୀୟ ପ୍ରେସ୍ ଦିବସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା, ବଡ଼ବିଲ ପ୍ରେସ୍ କ୍ଲବ ଆନୁକୂଲ୍ୟରେ ମହା ସମାରୋହରେ ପାଳିତହେଲା ଜାତୀୟ ପ୍ରେସ୍ ଦିବସ । ବଡ଼ବିଲ ଲକି ଇଣ୍ଡିଆ ହୋଟେଲରେ ଅନୁଷ୍ଠିତ ଏହି ଜାତୀୟ ପ୍ରେସ୍ ଦିବସରେ ଆମନ୍ତ୍ରିତ ଅତିଥିଗଣ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପାଞ୍ଜଳି ଅର୍ପଣ କରି ଥିଲେ । କ୍ଲବର ସାମ୍ବାଦିକ ବଳରାମ ମହାନ୍ତି ଅତିଥି ପରିଚୟ ସହ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ସଦସ୍ୟ ଦେବପ୍ରିୟ ରଣା ମଞ୍ଚ ପରିଚାଳନା କରିଥିଲେ ।

ଏହି ଅବସରରେ ବଡ଼ବିଲ ତ୍ରିବେଣୀ କଳା କେନ୍ଦ୍ର ତରଫରୁ ସ୍ଵାଗତ ନୃତ୍ୟ ପରିବେଷଣ କରାଯାଇଥିଲା । କୁନି କୁନି କଳାକାର ମାନେ ନିଜର ନୃତ୍ୟ କୌଶଳ ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଆୟୋଜିତ ସଭାରେ ପୂର୍ବତନ ପୌରାଧ୍ୟକ୍ଷ୍ ଦିଲୀପ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗଣ ମାଧ୍ୟମରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ରଜକିଶୋର ପଣ୍ଡା ଅଭିଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରାଯାଇଥିଲା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ର ପୂର୍ବତନ ନଗରପାଳ ଦିଲ୍ଲୀପ କୁମାର ମିଶ୍ର ଯୋଗ ଦେଇ ସମାଜ ଗଠନ ଦିଗରେ ଓ ସତ୍ୟ ଖବରକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ବଡ଼ବିଲ ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପକ ଡା. ଆସୀତ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ ଯେ, ଯେଉଁ ଦେଶର ଗଣମାଧ୍ୟମ ଯେତେ ମଜଭୁତ ସେ ଦେଶର ଗଣତନ୍ତ୍ର ସେତେ ସୁଦୃଢ।

ଗଣମାଧ୍ୟମ ପ୍ରତିନିଧିଙ୍କୁ ନିର୍ଭୀକ ହୋଇ ସମ୍ବାଦ ପରିବେଷଣ ପରିବେଷଣ କରିବା ଆବଶ୍ୟକ ବୋଲି ସେ ମତ ପୋଷଣ କରିଥିଲେ । ଅନ୍ୟ ତିନୋଟି ସ୍ତମ୍ବ ଉପରୁ ଯେତେବେଳେ ଜନସାଧାରଣଙ୍କ ଆସ୍ଥା ତୁଟିଯାଏ ସେତେବେଳେ ସେ ଚତୁର୍ଥ ସ୍ତମ୍ବ ଉପରେ ଆଶା ପ୍ରକଟ କରିଥାନ୍ତି। ତେଣୁ ଗଣମାଧ୍ୟମ ଦିନକୁ ଦିନ ଦାୟିତ୍ୱ ସମ୍ପନ୍ନ ହେବା ସହ ଗଣମାଧ୍ୟମ ଉପରେ ଜନସାଧାରଣଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଗଣମାଧ୍ୟମ ଜନଗଣଙ୍କ ଆସ୍ଥା ଅତୁଟ ରଖିବା ଏକ ଆହ୍ୱାନ ପାଲଟିଛି । ସମ୍ମାନୀତ ଅତିଥି ବ୍ରଜ କିଶୋର ପଣ୍ଡା କହିଥିଲେ, ଗଣମାଧ୍ୟମକୁ ସୁଦୃଢ, ନିରପେକ୍ଷ, ସ୍ୱତନ୍ତ୍ର, ଦାୟିତ୍ୱ ସମ୍ମନ୍ନ ଓ ଚାପମୁକ୍ତ ରହିବା ସମାଜ ପାଇଁ ନିତ୍ୟାନ୍ତ ଆବଶ୍ୟକ ।

ସେହିପରି ସମ୍ମାନିତ ଅତିଥି ଭାବରେ ନୀଳାଦ୍ରିର ମୁଖ୍ୟ ନ୍ୟାସଧାରୀ ରାଜ କିଶୋର ଦାଶ ଏବଂ ସମାଜସେବୀ ପ୍ରତାପ କିଶୋର ଦାସ ଗଣମାଧ୍ୟମ ତା’ର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିବା ବେଳେ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇପାରିଛି ବୋଲି କହିଥିଲେ । ବଡ଼ବିଲ ପ୍ରେସ୍ କ୍ଲବର ସଭାପତି ସୁବୋଧ ଦାସ ଓ ସମ୍ପାଦକ ମଧୁସୂଦନ ସାହୁ ଅଭିଭାଷଣ ରଖିଥିଲେ । ଶେଷରେ ଦେବପ୍ରିୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

ବଡ଼ବିଲ ପ୍ରେସ କ୍ଲବର ଉପ ସଭାପତି ଚିତ୍ତରଞ୍ଜନ କର, ସହ ସମ୍ପାଦକ ସୀତାରାମ ଦୀକ୍ଷିତ, କୋଷାଧ୍ୟକ୍ଷ ବାଦଲ ମହାନ୍ତ, ବଡ଼ବିଲ ପ୍ରେସ କ୍ଲବ ସଦସ୍ୟ ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି, ଉପଦେଷ୍ଟା ନିର୍ମଳ କୁମାର ପତି, ଦେବକାନ୍ତ ଦାସ, ଶାନ୍ତନୁ ଦାଶ, ରଘୁନାଥ ସାହୁ, ଅଶୋକ ମହାନ୍ତ, ଅଜୟ ଗିରି, ମକର ଧ୍ୱଜ ବାଗ, ଡିମ୍ପଲ ସାଣ୍ଡିଲ,ଧରଣୀ ଧର ମହାନ୍ତ, ଅଂଶୁମାନ ପ୍ରଧାନ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।