ରାବଣ ମୁହଁରେ ଶ୍ରୀରାମ: ଗାଜା ହସ୍ପିଟାଲ ବଙ୍କରରେ ହମାସ ମୁଖ୍ୟ!

୫ ବର୍ଷ ତଳେ ହମାସ୍‌ ମୁଖ୍ୟ ୟାହ୍ୟା ସିନୱାର ପୂର୍ବାନୁମାନ କରିଥିଲେ ୟେ ଇଜିପ୍ଟ ମଧ୍ୟସ୍ଥିମାନେ ତାଙ୍କ ସହିତ ଛଳନା କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ହାତରେ ଧରା ପକାଇ ଦେଇପାରନ୍ତି । ଏବେ ସେହିଭଳି ସ୍ଥିତି ପହଂଚି ଯାଇଥିବା ବିଷୟ ଇଟାଲୀ ସାମ୍ବାଦିକଙ୍କ ଆଗରେ କହିଛନ୍ତି ସିନୱାର ।

ହମାସ ମୁଖ୍ୟ କହିଛନ୍ତି, ଆଉ ଯୁଦ୍ଧକୁ ଲମ୍ବାଇବା ଉଚିତ ହେବନି । ପରିଣାମ ଯାହା ହେଉନା କାହିଁକି, ମାନବିକତା ଦୃଷ୍ଟିରୁ ତାଙ୍କୁ ଇସ୍ରାଏଲ ଆଗରେ ହାତ ଟେକିଦେବାକୁ ପଡ଼ିବ । ରାବଣ ମୁହଁରେ ରାମ ନାମ ଶୁଣି ଆପଣମାନେ ଆଶ୍ଚର୍ଯ୍ୟ? ସତକଥା ହେଉଛି, ଗାଜାର ଯୋଉ ହସ୍ପିଟାଲକୁ ଇସ୍ରାଏଲ ଟ୍ୟାଙ୍କବାହିନୀ ଘେରାଉ କରି ରହିଛି ।

ସେହି ହସ୍ପିଟାଲ ବଙ୍କରରେ ହମାସ ମୁଖ୍ୟ ସିନୱାର ଆତ୍ମଗୋପନ କରିଥିବା ବିଷୟ ଇସ୍ରାଏଲ ଗୋଇନ୍ଦା ଜାଣିବାକୁ ପାଇଛନ୍ତି । ଇସ୍ରାଏଲ କବଳରୁ ଖସିବା ଅସମ୍ଭବ ଜାଣିବା ପରେ ହମାସ ମୁଖ୍ୟ ଥଣ୍ଡା ପଡ଼ି ଯାଇଛନ୍ତି ।