ବିଜେପି ହାତ ଧରିବେ ନବୀନ!

କ୍ଷମତାକୁ ଯିବା ପାଇଁ ବିଜେପିକୁ ସିଡି କରିଥିଲେ ନବୀନ ପଟ୍ଟନାୟକ । ୨୦୦୯ରେ ବିଜେପିକୁ ଛାଡ଼ପତ୍ର ଦେଇ ନବୀନ ଆପଣା ଦମ୍‌ ବଳରେ ବିଜେଡିକୁ ଜିତାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ନିର୍ବାଚନରେ ଅଧିକ ଆସନ ମାଗିବାରୁ ବିଜେପି ସହିତ ବିଜେଡିର ମତାନ୍ତର ହୋଇଥିଲା । ନିର୍ବାଚନ ମଇଦାନରେ ବିଜେପି ଓ ବିଜେଡି ପରସ୍ପରଠାରୁ ଅଲଗା । କିନ୍ତୁ ସଂସଦରେ ବିଜେପି ସହିତ ବିଜେଡିର ସଂପର୍କ ଅତି ନିବିଡ଼ ।

କେନ୍ଦ୍ରର ବିଜେପି ମେଂଟ ସରକାରଙ୍କ ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ସମର୍ଥନ କରି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡିର ମତଦାନକୁ ରାଜ୍ୟବାସୀ ଅନୁଭବ କରି ପାରିଛନ୍ତି । ଦେଶର ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ମତଦାନ କରିବା ଯୁକ୍ତିଯୁକ୍ତ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାସ୍ତବ ଚେହେରାକୁ ଯେତେ ଘୋଡ଼ାଇଲେ ମଧ୍ୟ ତାହା ଅଛପା ହୋଇ ରହିନାହିଁ ।

ପାଂଚପାଳି ଶାସନ କରିବା ଭିତରେ ନବୀନ ସରକାରଙ୍କ ଯାବତୀୟ ଦୁର୍ନୀତି ଓ ଭ୍ରଷ୍ଟାଚାରର ଲମ୍ବା ତାଲିକା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନିକଟରେ ରହିଛି । ଅପରାଧୀ ବିଧାୟକ ଓ ସାଂସଦଙ୍କୁ ଆଶ୍ରୟ ଦେଉ ଦେଉ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଅଭ୍ୟାସଗତ ଅପରାଧୀ ପାଲଟି ଯାଇଛନ୍ତି । ସେଇ ଅପରାଧରୁ ମୁକୁଳିବା ପାଇଁ ବାଧ୍ୟ ହୋଇ ନବୀନ ପଟ୍ଟନାୟକ ପୁଣି ବିଜେପି ସହିତ ହାତ ମିଳାଇବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।