ବିଜୁ ଜନତା ଦଳ ପକ୍ଷରୁ ୨୫ବର୍ଷର ଜୟ ଯାତ୍ରାକୁ ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ବିଜୁ ଜନତା ଦଳ ପକ୍ଷରୁ ୨୫ବର୍ଷର ଜୟ ଯାତ୍ରାକୁ ନେଇ ହେବାକୁ ଥିବା ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଯୋଡ଼ା ବ୍ଲକ ସେରେଣ୍ଡା ପଞ୍ଚାୟତ ବିଭିନ୍ନ ଜାଗା ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l
ବିଜୁ ଛାତ୍ର ଜନତା ଦଳ ସେରେଣ୍ଡା ପଞ୍ଚାୟତ ର ଗ୍ରାମବାସୀମାନେ ବିଜେଡି ଦଳ ରେ ଅନୁପ୍ରାଣିତ ହୋଇ ବିଜେଡ଼ି ଯୁବ ଗୋଷ୍ଠୀ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଧନୁର୍ଜୟ ସିଦୁ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ସେରେଣ୍ଡା ବିଜେଡି ଦଳ ପକ୍ଷରୁ ଅନୁ ପ୍ରାଣୀତ ହୋଇ। ସେରେଣ୍ଡା ପଞ୍ଚାୟତ ସରପଞ୍ଚ ଇଂ ସୁସ୍ମିତା ସିଦୁ,ସମିତି ସଭ୍ୟ ଶଙ୍କର ଚାତମ୍ବା ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ଯୋଗ ଦେଇ ଗଛ ଲଗାଇ ଥିଲେ।କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।