ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ ଗଣ ଧାରଣା

ଏସିଆ ମହାଦେଶର ସର୍ବ ପ୍ରଥମ ସ୍ପଞ୍ଜ ଆଇରନ କାରଖାନା…

କେନ୍ଦୁଝର: ଏସିଆ ମହାଦେଶର ସର୍ବ ପ୍ରଥମ ସ୍ପଞ୍ଜ ଆଇରନ କାରଖାନା ର ଜିମି ହରା ଓ ସ୍ଥାନୀୟ ପ୍ରଜା ଙ୍କୁ ଉପେକ୍ଷା ଓ ଅଣଦେଖା । ଏହାକୁ ନେଇ କାରଖାନା ଆଖ ପାଖ ଗାଁ ରେ ପ୍ରବଳ ଜନ ଅସନ୍ତୋଷ ଓ ଉତେଜନା ପ୍ରକାଶ ସହ ପ୍ରତିବାଦରେ ହଜାର ହଜାର ଗ୍ରାମବାସୀ ଙ୍କ ସହ କାରଖାନ ସମ୍ମୁଖ ରେ ଧାରଣାରେ ବସିଲେ ସଦର ଏମ୍ଏଲଏ ମୋହନ ଚରଣ ମାଝି

ସରକାର ନାରା ଦେଲେ କଳ କାରଖାନା ସ୍ଥାପନ ହେଲେ ଦେଶ , ରାଜ୍ୟ ସହ ଆଖ ପାଖ ଅଞ୍ଚଳର ଲୋକ ଙ୍କର ଉନ୍ନତି ହେବ । ଆଉ ଏହି କଥାକୁ ବିଶ୍ୱାସ କରିଗଲେ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଲୋକେ । ୧୯୮୨ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନିଜୟାଲ ସିଂ କେନ୍ଦୁଝର ପଳାଶପଙ୍ଗା ଶୁଭ ଦେବାପରେ ନିର୍ମାଣ ହେଲା ଏସିଆ ମହାଦେଶର ସର୍ବପ୍ରଥମ ସ୍ପଞ୍ଜ ଆଇରନ କାରଖାନା ଓଡ଼ିଶା ସ୍ପଞ୍ଜ ଆଇରନ ଲିମିଟେଡ I ଆଉ ଏହି କମ୍ପାନୀର ମାଲିକ ସ୍ଥାନୀୟ ଲୋକଙ୍କୁ ଉନ୍ନତି ର ସୁନେଲୀ ସ୍ୱପ୍ନ ଦେଖାଇ ଶାଗ ମାଛ ଦରରେ ବିସ୍ତିର୍ଣ୍ଣ ଜମି ହାତେଇ ନେଲେ ।

କୋଟି କୋଟି ଟଙ୍କାର ମୁନାଫା କମାଇଲେ ହେଲେ ଅଧିକାଂଶ ଜମି ହରା ମାନେ କାରଖାନା ରେ ଚାକିରୀ ପାଇଲେ ନାହି । ଏପରିକ ଆଖ ପାଖ ଗାଁ ଲୋକେ ମଧ୍ୟ ଧୂଳି ଧୂଆଁ ଖାଇ ରୋଗାଗ୍ରସ୍ତ ହେଲେ ସେମାନଙ୍କ ମଧ୍ୟରୁ ବି ଅଧିକାଂଶ କାରଖାନା ରେ ଚାକିରି ପାଇଲେ ନାହିଁ । ଦଶ ବର୍ଷ ପୂର୍ବେ କାରଖାନା ମାଲିକ ଶ୍ରମିକ ମାନଙ୍କର କୋଟି କୋଟି ଟଙ୍କାର ପାରିଶ୍ରମିକ ନ ଦେଇ କାରଖାନା ରେ ତାଲ ପକାଇ ପାର ହୋଇଗଲେ । ଏବେ ପୁଣି ସେହି କାରଖାନା ମାଲିକ ଅନ୍ୟ ଏକ ଘରୋଇ କାରଖାନା ସହିତ ମିଶି କାରଖାନା ଚାଲୁ କରିବାକୁ ଯାଉଛନ୍ତି । ଆଉ ସ୍ଥାନୀୟ ଲୋକ ଓ ଜମିହରା ଙ୍କ ଆଭିଯୋଗ କାରଖାନା ମାଲିକ ଏବେ ବାହାରୁ ଲୋକ କୁ ଆଣି କାରଖାନା ରେ କାମ ଯୋଗାଇ ଦେଇଥିବା ବେଳେ ଏମାନଙ୍କୁ ଉପେକ୍ଷା କରିଛନ୍ତି । ଏହାକୁ ନେଇ ଆଜି ହଜାର ହଜାର ମହିଳା ଓ ପୁରୁଷ କାରଖାନ ସମ୍ମୁଖ ରେ କର୍ମ ନିଯୁକ୍ତି ଦାବୀ ରେ ଆଜି ଏକ ଦିନିକିଆ ପ୍ରତିତାତ୍କକ ଧାରଣା ଦେଇଛନ୍ତି । ଆଗାମୀ ଦିନରେ ଦବୀ ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।