କେନ୍ଦୁଝର ବ୍ରାହ୍ମଣ ମହାସଭାର ବାର୍ଷିକ ଉତ୍ସବ ଓ ମୁଖପତ୍ର ବ୍ରହ୍ମାର୍ପଣର ଶୁଭ ଉନ୍ମୋଚନ

କେନ୍ଦୁଝର ବାଁପାର ସ୍ଥିତ ବ୍ରାହ୍ମଣ ମହାସଭା ସଭାଗୃହରେ, ବ୍ରାହ୍ମଣ ମହାସଭାର ବାର୍ଷିକ ଉତ୍ସବ ଓ ବ୍ରାହ୍ମଣ ମହାସଭାର ମୁଖପତ୍ର ବ୍ରହ୍ମାର୍ପଣ ର ଉନ୍ମୋଚନ ହୋଇ ଯାଇଛି। କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁଶ୍ରୀ ବଳଦେବଜୀଉ ଓ ଘଟଗାଁ ବସିନୀ ଆରାଧ୍ୟା ଦେବୀ ମାତାରିଣୀଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ସହ ସଭାକାର୍ଯ୍ୟ ଆରମ୍ଭ କରା ଯାଇଥିଲା।

Keonjhar Brahmin Council
Keonjhar Brahmin Council

ବ୍ରାହ୍ମଣ ମହାସଭାର ସଭାପତି ଇଂ ଗୌରାଙ୍ଗ ଚରଣ ହୋତାଙ୍କ ସଭାପତିତ୍ୱରେ ଓ ସମ୍ପାଦକ ପ୍ରସନ୍ନ କୁମାର ନନ୍ଦ, ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ହଳଧର ପଣ୍ଡା, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଚିତ୍ତ ମିଶ୍ର, ସମ୍ମାନିତ ଅତିଥି ଭାବେ ଦେବାଶିଷ ଚକ୍ରବର୍ତ୍ତୀ ଓ ଯୁଗଳ କିଶୋର ଦାଶଙ୍କ ଉପସ୍ଥିତିରେ ଏହି ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ରାହ୍ମଣ ମହାସଭା ସଭାଗୃହରେ ଜିଲାର ବିଭିନ୍ନ ସ୍ଥାନରୁ ଆସି ଉପସ୍ଥିତ ଅତିଥି ମାନଙ୍କ ଉପସ୍ଥିତିରେ ମନ୍ତ୍ର ପାଠ ଓ ଶାସ୍ତ୍ର ଆଲୋଚନା ସହ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା।

ଉପସ୍ଥିତ ମଞ୍ଚଆସିନ ଅତିଥି ମାନେ ବ୍ରାହ୍ମଣ ମାନଙ୍କର ଭୂମିକା ଓ ସମାଜ ସଂସ୍କାର ଦିଗରେ ଅବଦାନ ଉପରେ ମତବ୍ୟକ୍ତ କରି ନିଜ ନିଜର ଅଭିଭାଷଣ ପ୍ରଦାନ କରି ଥିଲେ। ଏହା ସହ ଅନେକ ନୂତନ ସଭ୍ୟ ମାନଙ୍କୁ ବ୍ରାହ୍ମଣ ମହାସଭା ପାଇଁ ଚୟନ କରା ଯାଇଥିଲା। ବ୍ରାହ୍ମଣ ମହାସଭାର ଏହି ବାର୍ଷିକ ଉତ୍ସବରେ ଦେବଦର୍ଶନ ଦାସ ସଂଯୋଜନା କରିଥିବା ବେଳେ , ଶ୍ରୀ ରାମ ନାରାୟଣ ଦ୍ବିବେଦୀ ଧନ୍ୟବାଦ ଅର୍ପଣ ସମ୍ପାଦନ କଟିଥିଲେ।

ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ବିଭୁତି ଭୂଷଣ ଦାଶ, ଶମ୍ଭୁନାଥ ଦାଶ, ସିଦ୍ଧେଶ୍ୱର ମିଶ୍ର, ରଞ୍ଜନ କୁମାର ପାଢୀ, ସତ୍ୟଜିତ ସାମନ୍ତରାୟ, ତାପସ କୁମାର ନନ୍ଦ, ଦାମୋଦର ନନ୍ଦ, ଲକ୍ଷ୍ମଣ କର, ସଞ୍ଜୟ ପ୍ରହରାଜ, ରାମଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।