ଶ୍ରୀଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କୁ କଠୋର ଦଣ୍ଡ ବିଧାନ ହେଉ: ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା

କେନ୍ଦୁଝର: ଶ୍ରୀଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାର ପ୍ରୟାସ କରୁଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆଜି କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣ ବିକ୍ଷୋଭ ହୋଇଯାଇଛି ।

ରାଜ୍ୟ ସରକାର ଏଭଳି ହିନ୍ଦୁ ବିରୋଧୀ ମାନସିକତାରୁ ନିବୃତ୍ତ ରୁହନ୍ତୁ ବୋଲି ଗଣ ବିକ୍ଷୋଭରେ ଦାବି କରାଯିବା ସଂଗେ ସଂଗେ ଏହି ଆନ୍ଦୋଳନକୁ ରାଜ୍ୟ ବ୍ୟାପୀ କରାଯିବ ବୋଲି ଶ୍ରୀମନ୍ଦିର ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଚେତାଇ ହେଇଛନ୍ତି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ କେନ୍ଦୁଝର କେନ୍ଦୁଝର ଶାଖାର ଘନଶ୍ୟାମ ମହାନ୍ତ ।

ଏହି କାର୍ଯ୍ୟକ୍ରମ ରେ ଦେବରାଜ ଆଚାର୍ଯ୍ୟ,ଯୋଗେନ୍ଦ୍ରନାଥ ସାହୁ,ତୁଷାରକାନ୍ତ ସାମନ୍ତ, ସୁବ୍ରତ ମହାନ୍ତି,ନିରଂଜନ ପଲେଇ, ଅଂଶୁମାନ ସବୁଜ ମହାନ୍ତ ବର୍ମା,କିରଣବାଳା ନାୟକ,ସସ୍ମିତା ପ୍ରଧାନ,ପ୍ରିୟବ୍ରତ ଜେନା,ଦୁର୍ଗା ବାରିକ, ସପନେଶ୍ୱର ସାହୁ, ସବୀର ଦାଶ ତଥା ଶତାଧିକ ହିନ୍ଦୁ ଧର୍ମ ସମର୍ଥକ ଉପସ୍ଥିତ ଥିଲେ ।