ବରମୁଣ୍ଡାରେ ହୁତୁ ହୁତୁ ହୋଇ ଜଳିଲା ବସ୍‌

ଆଜି ମଧ୍ୟାହ୍ନ ୧୨ଟାରେ ବରମୁଣ୍ଡା ବସଷ୍ଟାଣ୍ଡରେ …

ଭୁବନେଶ୍ବର: ଆଜି ମଧ୍ୟାହ୍ନ ୧୨ଟାରେ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିଥିବାର ଖବର ମିଳିଛି। ଦେବଗଡ଼ ଯାଉଥିବା ଏକ ଅତ୍ୟାଧୁନିକ ବସ୍ ସର୍ଟସର୍କିଟ କାରଣରୁ ଜଳିଯାଇଛି। ନିଆଁ ଲାଗିବାର ପ୍ରାୟ ଅଧଘଣ୍ଟା ପରେ ଦମକଳ ଗାଡ଼ି ଘଟଣାସ୍ଥଳରେ ଆସିଥିଲା। ଷ୍ଟାଣ୍ଡରେ ନିଆଁ ଲିଭାଇବା କୈଣସି ବ୍ୟବସ୍ଥା ନଥିବାରୁ ବଡ଼ ଧରଣର ଅଘଟଣ ହୋଇ ଥାଆନ୍ତା ବୋଲି ଜଣାଯାଇଛି।