ମଳିଆପଡ଼ା ଗ୍ରାମରେ ବୋମା : ୨ ଆହତ

ବୋମାମାଡ଼ ସହ ମାରଣାସ୍ତ୍ରରେ ମଧ୍ୟ ଆକ୍ରମଣ…

ଖୋର୍ଦ୍ଧା: କଙ୍କିଆ ଥାନା ଅନ୍ତର୍ଗତ ମଳିଆପଡ଼ା ଗ୍ରାମରେ ବୋମା ଫୁଟିବା କଥା ସାମ୍ନାକୁ ଆସିଛି । ଏହି ଘଟଣାରେ ବୋମାମାଡ଼ ସହ ମାରଣାସ୍ତ୍ରରେ ମଧ୍ୟ ଆକ୍ରମଣ ହୋଇଛି । ଆଜି ମାଳିଆପଡ଼ା ଗ୍ରାମର ଭାଗିରଥୀଙ୍କ ଘରେ କିଛି ଦୁର୍ବୃତ୍ତ ବୋମା ପକାଇଥିଲେ ଏବଂ କିଛି ମାରଣାସ୍ତ୍ର ମଧ୍ୟ ପ୍ରୟୋଗ କରିଥିଲେ । ଏଥିରେ ୨ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ବୋମାମାଡ଼ରେ ଭାଗିରଥୀଙ୍କ ଘର ଆସବାବପତ୍ର ନଷ୍ଟ ହୋଇଯାଇଛି ।

ଆହତଙ୍କୁ ହସ୍ପିଟାଲ ପଠାଯାଇ ଚିତ୍କିସା କରାଯାଉଛି । ସୂଚନା ମିଳିଛି ଯେ, ପୂର୍ବ ଶତ୍ରୁତା କାରଣରୁ ବୋମାମାଡ଼ କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଁଚିଛି । ପୋଲିସ ଅପରାଧୀକୁ ଧରିବା ଉଦ୍ୟମ କରିବା ସହ ତଦନ୍ତ ଜାରି ରଖିଛି ।