ଶୀତରେ ଥରୁଛି : ୭ ସହରରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଓଡ଼ିଶାର ୭ଟି ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି । ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ରହିଥିବା ବେଳେ, ଜି. ଉଦୟଗିରିରେ ୫.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ସେମିଳିଗୁଡ଼ାରେ ୬.୧ ଡିଗ୍ରୀ ସେଲସିୟସ୍‌, ଫୁଲବାଣୀରେ ୭.୫ଡିଗ୍ରୀ ସେଲସିୟସ୍‌, କିରେଇରେ ୭.୮ଡିଗ୍ରୀ ସେଲସିୟସ୍‌, କୋରାପୁଟରେ ୮.୫ଡିଗ୍ରୀ ସେଲସିୟସ୍‌, ଦାରିଙ୍ଗବାଡ଼ିରେ ୯.୫ଡିଗ୍ରୀ ସେଲସିୟସ୍‌, ଚିପିଲିମାରେ ୯.୮ଡିଗ୍ରୀ ସେଲସିୟସ୍‌ ରାତିର ତାପମାତ୍ରା ରହିଛି ।  ଟ୍ୱିନ ସିଟି ଭୁବନେଶ୍ୱରରେ ୧୨.୪ ଡିଗ୍ରୀ ସେଲସିୟସ୍‌ ଏବଂ କଟକରେ ୧୩.୪ ଡିଗ୍ରୀ ସେଲସିୟସ୍‌ ରାତିର ତାପମାତ୍ରା ରେକର୍ଡ କରାଯାଇଛି ।