ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫାରଣ: ୨ଜଣଙ୍କର ମୃତ୍ୟୁ

ଟାଙ୍ଗୀ: ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫାରଣ । ବିସ୍ଫୋରଣରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । ଖୋର୍ଦ୍ଧା ଟାଙ୍ଗୀ ଥାନା ଭୁଷଣ୍ଡପୁର ଅଞ୍ଚଳରେ ଅଘଟଣ ଘଟିଛି । ତେବେ ଦୋଳ ଉତ୍ସବ ପାଇଁ ବାଣ ଭିଡା ଚାଲିଥିଲା । ସମସ୍ତ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।