ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କଲେ ସ୍ତ୍ରୀ

ଭୁବନେଶ୍ୱର: ମାତ୍ର ଦୁଇବର୍ଷ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲ ବିସ୍ଫୋରଣର ଶିକାର ହୋଇ ମୃତ୍ୟୁବରଣ କଲେ ମାନସ ସାମନ୍ତରାୟ । ସ୍ୱାମୀଙ୍କ ମୃତ୍ୟୁ ପରେ ସୌମ୍ୟାଶ୍ରୀ ଜେନା ମାନସିକ ଆଘାତ ପାଇଥିଲେ । ସ୍ୱାମୀଙ୍କ ବିନା କେମିତି ବଂଚିବେ; ସେହି ଦୁଃଖ ସହି ନପାରି ସୌମ୍ୟାଶ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ସୌମ୍ୟାଶ୍ରୀଙ୍କ ବାପଘର ଜଟଣୀ ଅନ୍ତର୍ଗତ ନୂଆଗାଁ ।

ଡିସେମ୍ବର ୨୯ ତାରିଖରେ ହାଇଟେକ୍‌ ମେଡିକାଲରେ ସର୍ଟ ସର୍କିଟ୍‌ କାରଣରୁ ଗୋଟିଏ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ଶିକାର ହୋଇ ମାନସ ସାମନ୍ତରାୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ; ୪ ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।