ଜାଣନ୍ତୁ, ମାଘ ପୂର୍ଣ୍ଣିମାରେ ଦାନ ଓ ସ୍ନାନର ମହତ୍ତ୍ୱ

ଆଜି ମାଘ ପୂର୍ଣ୍ଣିମା ପଡୁଥିବାରୁ ଆଜି ଭଗବାନ ବିଷ୍ଣୁଙ୍କ ସତ୍ୟନାରାୟଣ କଥା ପଢିବା ଅତ୍ୟନ୍ତ ଶୁଭ ହୋଇଥାଏ। ମାଘ ପୂର୍ଣ୍ଣିମା ଦିନ ହନୁମାନଙ୍କ ପୂଜା କରିବାର ମଧ୍ୟ ବିଧାନ ରହିଛି। ମାଘ ପୂର୍ଣ୍ଣିମା ଦିନ କୁମ୍ଭମେଳରେ ସ୍ନାନ କରିବା ବହୁତ ଶୁଭ ହୋଇଥାଏ। ଦାନ କରିବା ମଧ୍ୟ ଜରୁରୀ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ମାଘ ପୂର୍ଣ୍ଣିମା ଦିନ ର୍ନିଧନକୁ ଖାଇବା, କପଡା, ରାଶି, ଗୁଡ, କମ୍ବଳ, ଘିଅ ଆଦି ଦାନ କରିବା ଜରୁରୀ । ଏହି ଦିନ କଳା ରାଶି ଦାନ କରିବାର ବିଶେଷ ମହତ୍ତ୍ୱ ରହିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ, ପୂର୍ଣ୍ଣିମା ଦିନ ଗଙ୍ଗା ସ୍ନାନ ଦ୍ୱାରା ବ୍ୟକ୍ତିକୁ ସମସ୍ତ ପାପରୁ ମୁକ୍ତି ମିଳିଥାଏ।

ଏହି ଦିନ ଚନ୍ଦ୍ର ନିଜର ଷୋହଳ କଳାରେ ସୌଭାୟମାନ ହୋଇ ଅମୃତ ବର୍ଷା କରିଥାନ୍ତି । ଏହାର ଅଂଶ ଗଛ, ନଦୀ, ଜଳାଶୟ ଏବଂ ଉଦ୍ଭିଦଗୁଡିକରେ ମିଳିଥାଏ, ଏଥିପାଇଁ ଏଥିରେ ସବୁ ରୋଗରୁ ମୁକ୍ତି ମିଳିବାର ଗୁଣ ଉତ୍ପନ ହୋଇଥାଏ । ବୈଦିକ ଜ୍ୟୋତିଷ ଅନୁଯାୟୀ, ମାଘ ପୂର୍ଣ୍ଣିମାରେ ସ୍ନାନ, ଦାନ କରିବା ଦ୍ୱାରା ସୂର୍ୟ୍ୟ ଏବଂ ଚନ୍ଦ୍ରମା ଯୁକ୍ତ ଦୋଷରୁ ମୁକ୍ତି ମିଳିଥାଏ ।