‘ଲାଇ ଡିଟେକ୍ସନ୍ ଟେଷ୍ଟ‌’ ପାଇଁ ହାଜର ହେଲେ ବିଦ୍ୟାଶ୍ରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ସମାଜସେବୀ ଆଦିଶ୍ୟ ଦାଶ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ କଥା ସତ ନା ମିଛ ଜାଣିବା ପାଇଁ ‘ଲାଇ ଡିଟେକ୍ସନ୍ ଟେଷ୍ଟ‌’ ଆରମ୍ଭ ହୋଇଛି। ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ରାଜ୍ୟ ଫୋରେନସିକ୍ ଲ୍ୟାବରେ ଏଥି ନିମନ୍ତେ ପହଞ୍ଚି ସାରିଛନ୍ତି ବିଦ୍ୟାଶ୍ରୀ।

ବିଦ୍ୟାଶ୍ରୀ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଦେଇଥିବା ଷ୍ଟେଟମେଣ୍ଟରେ ତାଳମେଳ ରହୁନଥିବା ଅଭିଯୋଗ ହୋଇଥିଲା। ଏଣୁ ‘ଲାଇ ଡିଟେକ୍ସନ୍ ଟେଷ୍ଟ୍‌’ କରାଇବାକୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ୍ ‘ଷ୍ଟେଟ୍‌ ଫୋରେନ୍ସିକ୍ ସାଇନ୍‌ସ୍ ଲ୍ୟାବ୍‌’କୁ ଲେଖାଯାଇଥିଲା। ବିଦ୍ୟାଶ୍ରୀଙ୍କ ପରେ ଆଦିତ୍ୟଙ୍କ ବନ୍ଧୁ ତଥା ପିପୁଲ୍ସ ଫର୍ ସେବା ସଂଗଠନ ସଦସ୍ୟ ପପୁ, ବିକାଶ ଓ ପ୍ରୀତମ୍ଙ୍କ କ୍ଷେତ୍ରରେ ଏହି ଟେଷ୍ଟ କରାଯିବ।

ଗତ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ପାଖ ରେଳଧାରଣା ଉପରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ମୁଣ୍ଡରେ ଭୀଷଣ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପରିବାର ଲୋକେ ଏବଂ ତାଙ୍କର ପ୍ରଶଂସକ ମାନେ ତାଙ୍କୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ଆଶଙ୍କା କରୁଛନ୍ତି। ପୂର୍ବରୁ ସରକାରୀ ରେଳବାଇ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏବେ ତଦନ୍ତଭାର ରାଜ୍ୟ କ୍ରାଇମ୍ ବ୍ରାଞ୍ଚ୍କୁ ନ୍ୟସ୍ତ କରାଯାଇଛି।