ଝାଡ଼ଖଣ୍ଡ ଗଲା ଲଘୁଚାପ, ତଥାପି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଉତ୍ତର ମଧ୍ୟ ଓଡ଼ିଶା ଉପରେ ଥିବା ଲଘୁଚାପ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଏବଂ ଆଖପାଖ ଅଞ୍ଚଳ ଆଡ଼କୁ ଗତି କରିଛି। ଏଣୁ ରାଜ୍ୟରେ ଲଘୁଚାପ ଜନିତ ବର୍ଷା କିଛିକାଂଶରେ କମିପାରେ। ତଥାପି ଆଗାମୀ ୨୪ ଘଣ୍ଟା ଲାଗି ଓଡ଼ିଶାର ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଦର୍ଶାଇଛି।

ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ନବରଙ୍ଗପୁର। ଏହି ଜିଲ୍ଲା ଗୁଡ଼ିକର ବିଭିନ୍ନ ସ୍ଥାନରେ ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପଟେ ସମାନ ସମୟ ପାଇଁ ସମୁଦ୍ର ମଧ୍ୟକୁ ପ୍ରବେଶ ନକରିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ମାଲାକାନଗିରି, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ବନ୍ୟାସ୍ଥିତି ଉପୁଜିଛି। ବୈତରଣୀ ଓ ସାଳନ୍ଦୀ ନଦୀ ଜଳସ୍ତର ବିପଦ ସଙ୍କୁଳ ସ୍ତରଦେଇ ଗତି କରୁଛି।