ଆଜି ନବୀନଙ୍କୁ ଭେଟିବେ ମମତା

ଭୁବେନେଶ୍ଵର : ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ହେବ ଆଲୋଚନା ତା’ଉପରେ ସମସ୍ତଙ୍କର ନଜର ରହିଛି। ତେବେ ଓଡ଼ିଶା ଗସ୍ତ ପୂର୍ବରୁ କୋଲକାତାରେ ମମତା ନବୀନଙ୍କ ସାକ୍ଷାତ ସୌଜନ୍ୟମୂଳକ ରହିବ ବୋଲି ମମତା କହିଥିଲେ। ସେହିପରି ନବୀନ ମଧ୍ୟ ଥାର୍ଡଫ୍ରଣ୍ଟ ନେଇ ସେଭଳି କିଛି ଆଲୋଚନା ହେବାର ନାହିଁ ବୋଲି କହିଥିଲେ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତିନି ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି।  ସେ ଦୁଇ ଦିନ ହେବ ପୁରୀରେ ରହିଥିଲେ। ଆଜି ଶେଷ ଦିନରେ ମମତା ବାନାର୍ଜୀ ଭୁବନେଶ୍ୱର ଆସି ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।