ଦିନିକିଆ ସିରିଜ ଜିତିଲା ଅଷ୍ଟ୍ରେଲିଆ

ଏହି ବିଜୟ ସହ ଅଷ୍ଟ୍ରେଲିଆ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି…..

ଚେନ୍ନଇ : ଭାରତ ମାଟିରେ ଦିନିକିଆ ସିରିଜ ଜିତିଛି ଅଷ୍ଟ୍ରେଲିଆ। ୩ଟିକିଆ ସିରିଜ୍‌କୁ ୨-୧ରେ କବଜା କରିଛି ଭ୍ରମଣକାରୀ ଟିମ। ବର୍ଡର-ଗାଭାସ୍କର ଟ୍ରିଫର ଟେଷ୍ଟ ସିରିଜ୍‌କୁ ୧-୨ରେ ହାରିଥିବା କଙ୍ଗାରୁ ଟିମ ଦିନିକିଆରେ ଭାରତ ଠାରୁ ମଧୁର ପ୍ରତିଶୋଧ ନେଇଛି। ଶେଷ ଦିନିକିଆକୁ ଦଳ ୨୧ ରନରେ ଜିତି ସିରିଜ ଦଖଲ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ପୂର୍ବରୁ ଭାରତ ୧ନଂ ସ୍ଥାନରେ ରହିଥିଲା।