ମମିତା ମେହେର ବଂଚିଛନ୍ତି!

ମମିତା ମେହେରଙ୍କ ଦେହାବଶେଷ ମଣି ପୁଲିସ…

ଭୁବନେଶ୍ୱର: ମମିତା ମେହେରଙ୍କ ଦେହାବଶେଷ ମଣି ପୁଲିସ ସନ୍‌ସାଇନ୍‌ ପଡ଼ିଆରୁ ଯେଉଁ ଅସ୍ଥିଗୁଡ଼ିକ ସଂଗ୍ରହ କରିଥିଲା । ତା’ର ଡିଏନ୍‌ଏ ରିପୋର୍ଟ ସହିତ ମମିତାଙ୍କ ବାପାମା’ଙ୍କ ଡିଏନ୍‌ଏ ରିପୋର୍ଟ ମେଳ ଖାଉନି । ତା’ର ଅର୍ଥ ପୁଲିସ ଅନ୍ଧାରରେ ବାଡ଼ି ବୁଲାଇ ଗୋବିନ୍ଦ ସାହୁକୁ ଗିରଫ କରି ଜେଲରେ ଠୁଙ୍କିଥିଲା । ଏବେ କଥା ଉଠୁଛି, ସନ୍‌ସାଇନ୍‌ ପଡ଼ିଆରୁ ପୁଲିସ ସଂଗ୍ରହ କରିଥିବା ମଣିଷ ହାଡ଼ଗୁଡ଼ିକ କାହାର? ମମିତା ମେହେର ବଂଚିଛନ୍ତି ନା ମରିଛନ୍ତି? ଏହାର ସତ୍ୟତା ଜାଣିବାକୁ ହେଲେ ପୁଲିସ ଦିବ୍ୟଶଙ୍କର ମିଶ୍ରଙ୍କୁ ଜେରା କରିବା ଦରକାର ।

ଦିବ୍ୟଶଙ୍କରଙ୍କୁ ଜେରା କରିବା ପୂର୍ବରୁ ପୁଲିସ ପ୍ରଥମେ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ଅନୁମତି ନେବା ଦରକାର କାରଣ ତାଙ୍କରି କୃପା ବଳରେ ଦିବ୍ୟଶଙ୍କର ମିଶ୍ର ବିଧାୟକ ହୋଇ ଗୋବିନ୍ଦ ସାହୁଙ୍କ ପ୍ରସାଦ ଗ୍ରହଣ କରୁଥିଲେ । ମମିତା ମେହେର ଉଭୟ ଦିବ୍ୟଶଙ୍କର ଓ ଗୋବିନ୍ଦଙ୍କ ଅପରାଧିକ କାର୍ଯ୍ୟକଳାପକୁ ଜାଣିଛନ୍ତି କାରଣ ସିଏ ହିଁ ଦୁହିଁଙ୍କର ଘନିଷ୍ଠ ବାନ୍ଧବୀ ଥିଲେ ।

ମମିତା ମେହେରଙ୍କୁ ଖୋଜି ବାହାର କରିବାର ତାକତ୍‌ ରାଜ୍ୟ ପୁଲିସ ପାଖରେ ନାହିଁ । ଡିଏନ୍‌ଏ ରିପୋର୍ଟରୁ ପୁଲିସର ପାରିବା ପଣିଆ ପ୍ରମାଣିତ ହୋଇଛି । ସିବିଆଇ ହିଁ ମମିତା ମେହେରଙ୍କୁ ଠାବ କରିପାରିବ । ପ୍ରଶ୍ନ ହେଉଛି, ଯଦି ମମିତା ମେହେର ବଂଚିଛନ୍ତି, ତେବେ ସାମ୍ନାକୁ ଆସି ସତ କହୁନାହାନ୍ତି କାହିଁକି? କାହାକୁ ଡରୁଛନ୍ତି?

ହୁଏତ ମମିତା ଭଲ ଭାବରେ ଦିବ୍ୟଶଙ୍କର ମିଶ୍ର ଅବା ନବୀନ ପଟ୍ଟନାୟକଙ୍କୁ ଡରୁଛନ୍ତି । କାରଣ ପ୍ରମାଣ ନଷ୍ଟ କରିବାରେ ନବୀନବାବୁଙ୍କ ଫାଇଭ୍‌-ଟି ମୁଖ୍ୟ ପାଣ୍ଡିଆନ୍‌ ମାହିର । ସତକୁ ଚାପିବା ଦିଗରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ସିଦ୍ଧହସ୍ତ । ଉଭୟଙ୍କ କାର୍ଯ୍ୟକାଳକୁ ସିବିଆଇ ତଦନ୍ତ କଲେ, ବହୁ ଗୁମର ପଦାକୁ ବାହାରିବ ।