ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ସାରସ୍ଵତ ସାଧିକା ଡ.ମନୋରମା ମହାପାତ୍ର

କଟକ: ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ ତଥା ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରାଲୋକ ଘଟିଛି । ଶନିବାର ଏସସିବିରେ ୮୭ ବର୍ଷ ବୟସରେ ମହାପାତ୍ରିଙ୍କ ପରଲୋକ ଘଟିଛି । ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ମନୋରମା ଏକାଧାରରେ ସୁ ସାହିତ୍ୟିକା, ଖ୍ୟାତନାମା କବି, ସାମ୍ବାଦିକା, ସ୍ତମ୍ଭକାର,ବାଗ୍ମୀ ଏବଂ ବିଦୁଷୀ ଡ.ମହାପାତ୍ର ସେବା, ସଂଗ୍ରାମ ଓ ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକାନାରୀ ମାନଙ୍କ ସମସ୍ୟା ଓ ସଂଘର୍ଷ ସମ୍ପର୍କରେ ସେ ସର୍ବଦା ସ୍ଵର ଉତ୍ତୋଳନ କରୁଥିଲେ। ନିଜ ଲେଖନୀ ମାଧ୍ୟମ ରେ ସାମାଜିକ ପରିବର୍ତ୍ତନ ପାଇଁ ସେ ନିରନ୍ତର ଉଦ୍ୟମ କରି ଆସୁଥିଲେ। ତାଙ୍କର ପରଲୋକ ଉଭୟ ସାହିତ୍ୟ ଓ ସାମ୍ବାଦିକ ଜଗତ ପାଇଁ ଅପୂରଣୀୟ କ୍ଷତି ।

ମନୋରମା ମହାପାତ୍ର ୧୯୩୪ ମସିହା ଜୁନ୍‌ ୧୦ ତାରିଖରେ କଟକ ଜିଲ୍ଲାର ଆଠଗଡ଼, ରାଧାନାଥପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଭୂଷଣ ଉକ୍ତର ରାଧାନାଥ ରଥ ଓ ଧର୍ମପ୍ରାଣା ସାବିତ୍ରୀ ଦେବୀଙ୍କର ସେ ଥିଲେ ଚତୁର୍ଥ ସନ୍ତାନ ତଥା ସ୍ୱର୍ଗତ ପଦାରବିନ୍ଦ ମହାପାତ୍ରଙ୍କର ଧର୍ମପତ୍ନୀ ।