ଫୋର୍ବସ୍‌ ତାଲିକାରେ ମାତିଲ୍‌ଦା

ସୁନ୍ଦରଗଡ: ୨୦୨୧ ଫୋର୍ବସ୍ ସଶକ୍ତିକରଣ ମହିଳା ତାଲିକାରେ ସ୍ଥାନିତ ହୋଇଛନ୍ତି ସୁନ୍ଦରଗଡର ବଡଗାଁ ତହସିଲ ଅନ୍ତର୍ଗତ ଗରଗଡବାହାଲ ଗ୍ରାମ ବାସିନ୍ଦା ମାତିଲଦା କୁଲୁ। ୧୫ ବର୍ଷ ଧରି ଗାଁଗାଁ ବୁଲି ଲୋକଙ୍କୁ ସଚେତନ କରାଇଥିବା ଆଶା ଦିଦି ମାତିଲ୍‌ଦା କରୋନା ସମୟରେ ୯୬୪ଜଣ ରୋଗୀଙ୍କ ସେବା ଶୁଶ୍ରୁଷା କରି ଚର୍ଚ୍ଚିତ ହୋଇଥିଲେ। ଅଗଣିତ ଆଦିବାସୀ ଜନତାଙ୍କୁ ବୁଝାଇ ଟିକାନେବାକୁ ରାଜି କରାଇବାରେ ଦେବଦୂତ ସାଜିଥିଲେ ସେ। ନିଜେ ସତର୍କ ରହି ଲୋକଙ୍କ ଘରକୁ ଯାଇ ସେମାନଙ୍କ ତାପମାତ୍ରା ପରଖିବା, ଭିଟାମିନ୍ ଔଷଧ ଦେବା ସହ ସଚେତନ କରାଇବାରେ ମାତିଲ୍‌ଦା ଆଦୌ ହେଳା କରନ୍ତିନାହିଁ।