ବିଳମ୍ବ ହୋଇପାରେ ମ୍ୟାଟ୍ରିକ ଓ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର (ଏସ୍ ନ୍ୟୁଜ) : ବିଳମ୍ବ ହୋଇପାରେ ଚଳିତ ବର୍ଷର ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା । ସର୍ବନିମ୍ନ ୩ ମାସ ପାଠପଢା ହେବା ପରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।

ତେବେ ସର୍ବଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ଯଦି ନିଷ୍ପତ୍ତି ହୁଏ, ତେହେଲେ ଆମ ରାଜ୍ୟରେ ବି ପରୀକ୍ଷା ବନ୍ଦ ହୋଇପାରେ। ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ଲାଗି ବ୍ୟବସ୍ଥା ହେଉଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁସାରେ , କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ ରଖାଯାଇଛି। କରୋନା ସ୍ଥିତିକୁ ଦେଖି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଥିଲେ ବି ଅନ୍‌ଲାଇନ୍ ଶିକ୍ଷା ଫଳପ୍ରଦ ହୋଇପାରିନି ।