୪୯ ନମ୍ବର ଜାତୀୟ ରାଜପଥ କଡ ପୋଲ ନିକଟରୁ ଏକ ଅଜଣା ଯୁବକର ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର

ଗଳା କାଟି କରାଯାଇଛି ହତ୍ୟା….

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଥିବା ଏକ ନିଛାଟିଆ ପୋଲ ନିକଟରୁ ଏକ ଯୁବକ ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ବର୍ତମାନ ସୁଦ୍ଧା ମୃତ୍ୟୁ ଦେହର ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଏହା ଏକ ଯୋଜନା ବଦ୍ଧ ହତ୍ୟା କାଣ୍ଡ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

ସୂଚନା ମୁତାବକ ଆଜି ରବିବାର ସକାଳେ ସମୟରେ ସ୍ଥାନୀୟ ଗ୍ରାମବାସୀ ଉକ୍ତ ନାଳକୁ ଶୈଚ ହେବା ପାଇଁ ଯାଇଥିବା ସମୟରେ ନାଳ ଉପରେ ଥିବା ଏକ ବୁଦା ମୂଳେ ଏକ ଯୁବକ ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁ ଦେହ ଦେଖିବାକୁ ପାଇଥିଲେ।ପରେ ଏହା ଦେଖି ବିଶୋଇ ପୋଲିସ କୁ ଖବର ଦେଇଥିଲେ, ଖବର ପାଇ ରାଇରଙ୍ଗପୁର ଏସ୍ ଡି ପି ଓ ଗୋକୁଳାନନ୍ଦ ସାହୁ ସମେତ ବିଶୋଇ ପୋଲିସ ଅଧିକାରିଣୀ ଶ୍ରୀମତୀ ମିନି ଭୋଇଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମୃତ ଦେହଟି ମୁହଁ ମାଡି ପଡ଼ିଥିବାରୁ ପ୍ରଥମେ ଏହାର ପରିଚୟ ଅସ୍ପଷ୍ଟ ରହିଥିଲା। ତେବେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ପହଁଞ୍ଚିବା ପରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଉକ୍ତ ଯୁବକକୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତଣ୍ଟି କୁ କଟା ଯାଇଥିବା ବେଳେ ମୁଣ୍ଡର ପଛ ପଟକୁ ପଥରରେ ଛେଚା ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ଘଟଣା ସ୍ଥଳରୁ ଏକ ରକ୍ତ ଜୁଡୁବୁଡୁ ଧାରୁଆ ଚାକୁ ପୋଲିସ ଦ୍ବାରା ଜବତ୍ ହୋଇଥିବା ବେଳେ ମୃତ୍ୟ ଦେହ ପାଖରୁ ତିନଟି ବିଅର ବୋତଲ, ସିଗାରେଟ୍, ଗୁଟଖା, ମାଂସ ଓ ମିକ୍ସଚାର ମିଳିଥିବା ବେଳେ ଏହା ଏକ ପୂର୍ବ ପ୍ରସ୍ତୁତି ଓ ଯୋଜନା ବଦ୍ଧ ହତ୍ୟା କାଣ୍ଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଘଟଣାକୁ ନେଇ ବିଶୋଇ ଥାନାରେ କେସ ନମ୍ବର ୧୭୦/୨୨ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟ ଯୁବକ ପରିଚୟ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାରୀଙ୍କୁ ଧରିବା ପାଇଁ ବିଶୋଇ ପୋଲିସ ଛାନବିନ ଜାରି ରଖିଛି।