ଲାଞ୍ଚୁଆ ଅଫିସର ଙ୍କୁ ମାଡି ବସିଲା ଭିଜିଲାନ୍ସ ବିଭାଗ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାରେ ଦୁର୍ନୀିଗ୍ରସ୍ତ ଅଫିସର ଙ୍କର ଚେର ଦିନକୁ ଦିନ ମାଡିଚାଲିଛି ଏହି ଦୁର୍ନୀତି ଗ୍ରସ୍ତ ଅଫିସର ଙ୍କୁ କାବୁ କରିବା ପାଇଁ ଭିଜିଲାନ୍ସ ସ୍କାନରେ ବହୁ ଅଧିକାରୀ,ମୟୂରଭଞ୍ଜ ଜିଲ୍ଲା ଯୋଶୀପୁର ତହସିଲ ର ଜଣେ କିରାଣୀ 40ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଘଟଣାରୁ ପ୍ରକାଶ ଯେ ଯୋଶିପୂର ତହସିଲ ରୁ କାଳିଆମି ଗ୍ରାମ ର ଭୀଷ୍ମ ଚରଣ ହେମ୍ବ୍ରମ ଙ୍କ ଜମି ପଟ୍ଟା କରିଦେବା ପାଇଁ ଲାଞ୍ଚୁଆ କିରାଣୀ ଭାର୍ଗବ ମହାକୁଡ 40ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଶେଷରେ ନିରୁପାୟ ହୋଇ ଭୀଷ୍ମ ଚରଣ ହେମ୍ବ୍ରମ ବାଲେଶ୍ଵର ଭିଜିଲାନ୍ସ ବିଭାଗ ଦ୍ବାରସ୍ଥ ହୋଇଥିଲେ ଆଜି ତହସିଲ କାର୍ଯ୍ୟାଳୟରେ ଲାଞ୍ଚ ନେଓ ଥିବାବେଳେ କିରାଣୀ ମହାକୁଡ଼ ଙ୍କୁ ମାଡିବସିଥିଲେ ଭିଜିଲାନ୍ସ କର୍ମଚାରୀ।

ଏଥିସହ ମହାକୁଡ଼ ଙ୍କ ଠାରୁ ଭିଜିଲାନ୍ସ ବିଭାଗ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଜବତ କରିଥିଲେ ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକ ଙ୍କ ନେତୃତ୍ୱ ରେ ବାଲେଶ୍ଵର ଏବଂ କେନ୍ଦୁଝର ଭିଜିଲାନ୍ସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ସାମିଲ ଥିଲେ।