ମୁଖ୍ୟମନ୍ତ୍ରୀଙ୍କ ଉପ-ସଚିବ ସୌମ୍ୟା ଚୌରାସିଆ ଗିରଫ

ବେଆଇନ ଖଣି କାରବାରରେ ଆଇଏଏସ୍‌ ଅଧିକାରୀ ସମୀର ବିଷ୍ଣୋୟୀଙ୍କୁ ଗିରଫ କରାଯାଇଛି….

ଭୋପାଳ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଉପ-ସଚିବ ସୌମ୍ୟା ଚୌରାସିୟାଙ୍କୁ ଶୁକ୍ରବାର ଗିରଫ କରିଛି ଇଡି (ପ୍ରବର୍ତନ ନିର୍ଦ୍ଦେଶାଳୟ) । ବେଆଇନ ଖଣିଜ କାରବାର ଓ ଟଙ୍କା ଦିଆନିଆ ମାମଲାରେ ସୌମ୍ୟା ସଂପୃକ୍ତି ଥିବାର କିଛି ବଳିଷ୍ଠ ପ୍ରମାଣ ଇଡି ହାତରେ ଲାଗିଛି । ସୌମ୍ୟାଙ୍କୁ ଆମ୍ବେଦକର ହସ୍ପିଟାଲକୁ ନିଆଯାଇ ସ୍ୱାସ୍ଥ୍ୟ ଯାଂଚ କରାଯିବା ପରେ କୋର୍ଟଚାଲାଣ କରାଯାଇଛି ।

ଡିସେମ୍ବର ୬ ତାରିଖରେ ସୌମ୍ୟାଙ୍କୁ କୋର୍ଟରେ ହାଜର କରାଯିବାର ଅଛି । ସୌମ୍ୟାଙ୍କ ଗିରଫଦାରି ପୂର୍ବରୁ ବ୍ୟବସାୟୀ ସୂର୍ଯ୍ୟକାନ୍ତ ତିୱାରି, ଲକ୍ଷ୍ମୀକାନ୍ତ ତିୱାରି ଓ ସୁନିଲ ଅଗ୍ରୱାଲଙ୍କୁ ଗିରଫ କରିଥିଲା ଇଡି । ବେଆଇନ ଖଣି କାରବାରରେ ଆଇଏଏସ୍‌ ଅଧିକାରୀ ସମୀର ବିଷ୍ଣୋୟୀଙ୍କୁ ଗିରଫ କରାଯାଇଛି । ଚାରିଜଣ ଅଭିଯୁକ୍ତ ଏବେ ରାୟପୁର ଜେଲରେ ଅଛନ୍ତି । ସୌମ୍ୟାଙ୍କ ସମେତ ୬ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି ।