ଫୁଲନଖରା ଗ୍ରାମକମିଟି ଆନୁକୁଲ୍ୟରେ ସ୍ବର୍ଗତଃ ଧନେଶ୍ଵର ସାହୁ ଙ୍କ ସ୍ମୃତି ଚାରଣ ସଭା

ଭୁବନେଶ୍ୱର,(ଏସ୍‌ ନ୍ୟୁଜ) ତା-୨୫/୦୭/୨୦୨୧:- ସ୍ଥାନୀୟ ଫୁଲନଖରା ଗ୍ରାମରେ ଆଜି ଗ୍ରାମ କମିଟି ଆନୁକୁଲ୍ୟରେ ସ୍ବର୍ଗତଃ ଧନେଶ୍ଵର ସାହୁ ଙ୍କ ସ୍ମୃତି ଚାରଣ ସଭା ଗଣେଶ୍ୱର ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।ଗତ ଶ୍ରୀ ଗୁଣ୍ଡିଚା ଦିନ ସ୍ବର୍ଗତଃ ସାହୁ ଇହଧାମ ତ୍ୟାଗ କରିଥିଲେ।ଏହିଦିନ ଏଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ସେ ଯୁବାବସ୍ଥାରୁ ସମାଜ ସେବା କାଯ୍ୟ ରେ ନିଜକୁ ନିୟୋଜିତ କରିଥିଲେ।ସମସ୍ତଙ୍କ ର ଆଦର ପ୍ରିୟ ଓ ମିଷ୍ଟ ବାସି ଥିଲେ।ଗରିବ ଦୁଃଖୀ ଓ ହରିଜନ ମାନଙ୍କର ଉନ୍ନତି ପାଇଁ ସର୍ବଦା କାମ କରୁଥିଲେ।
ଆଜି ଏହି ସ୍ମୃତି ସଭା ରେ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସର୍ବଶ୍ରୀ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତ ରାୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁଚରଣ ଲେଙ୍କା,ବରିଷ୍ଟ ଶ୍ରମିକ ନେତା କିଶୋର ଜେନା,ଓଡ଼ିଶା ପ୍ରଦେଶ କଂଗ୍ରେସ ର ମୁଖପାତ୍ର ମନୋରଞ୍ଜନ ଦାଶ ,ଉତ୍ତର ଭୁବନେଶ୍ୱର ବରିଷ୍ଟ କଂଗ୍ରେସ ନେତା ଅଶୋକ ଦାସ ,ସମାଜ ସେବୀ କେଦାର ନାଥ ଜେନା,ବଂଶୀଧର ଭୋଳ ,ସୁନାମଧନ୍ୟ ପାଲା ଗାୟକ ଯୁଧିଷ୍ଟିର ପରିଜା,ନଖରା ଗ୍ରାମ କମିଟି ର ସଭାପତି ସୁଦାମ ଚରଣ ସାହୁ, ଯୁବକ ସଂଘ ର ସଭାପତି ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ ଓ ଗୁଣଗାନ କରିଥିଲେ।
ସ୍ଥାନୀୟ ବ୍ଲକ କଂଗ୍ରେସ ସଭାପତି ତଥା ସମସ୍ତଙ୍କର ପ୍ରିୟ ବ୍ରହ୍ମାନନ୍ଦ ସାହୁ ଙ୍କ ନେତୃତ୍ୱ ରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ଏବଂ ଏଥି ପାଇଁ ଗ୍ରାମ କମିଟି ତରଫରୁ ମୁଖ୍ୟ ଅତିଥି ସୁରେଶ କୁମାର ରାଉତରାୟ ତାଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।