ଆୟବହିର୍ଭୁତ ସମ୍ପତି ଠାବ କଲା ଭିଜିଲାନ୍ସ, ଗିରଫ ହେଲେ କୋଟିପତି ଏଲ୍‌ଆଇ ଜଗନ୍ନାଥ ରାଉତ

ଗିରଫ ହେଲେ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ । ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ…

ଭୁବନେଶ୍ୱର: ଗିରଫ ହେଲେ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ । ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର କଟକ ଓ ଖୋର୍ଦ୍ଧା ଜିଲ୍ଲାର ୯ ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ଚଢାଉ ସମୟରେ  ୭ କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତି ଠାବ କରିଥିଲା ଭିଜିଲାନ୍ସ ବିଭାଗ । ଜଗନ୍ନାଥଙ୍କୁ ଆଜି ଗିରଫ କରିଛି ବିଭାଗ । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଜଶବନ୍ତ ଜେଠୱା ସୂଚନା ଦେଇଛନ୍ତି ।