ମେ’ ଶେଷରେ ଆସିବ ମୌସୁମୀ

ଭୁବନେଶ୍ୱର: ଏଥର ଆଗୁଆ ଆସିବ ମୌସମୀ । ସମ୍ଭବତଃ ମେ ମାସ ଶେଷ ସପ୍ତାହରେ ଆସିପାରେ । ଚଳିତ ମାସ ଶେଷ ଆଡ଼କୁ ତାପମାତ୍ରା କମିବ ବୋଲି କହିଛନ୍ତି ସିଇସି ଡ. ଶରତ ଚନ୍ଦ୍ର ସାହୁ । ଡ. ସାହୁ କହିଛନ୍ତି ଯେ,  ଏଥର ଶୀଘ୍ର ମୌସୁମୀ ଆସିବାର ସମ୍ଭାବନା ରହିଛି । ମେ ମାସ ଶେଷ ଆଡକୁ ରାଜ୍ୟରେ ତାପମାତ୍ରା କମିଯିବ । ଯାହା ଦ୍ୱାରା ମୌସମୀ ଆସିବା ସହଜ ହେବ । ଏହାକୁ ନେଇ ବିଭିନ୍ନ ମଡେଲରୁ ଅନୁମାନ କରାଯାଉଥିବା  ସେ କହିଛନ୍ତି ।

ସୂଚନାଯୋଗ୍ୟ,  ଏବେ ରାଜ୍ୟରେ ବାତ୍ୟା ଆଶଙ୍କା ରହିଛି । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା ଦେଖାଦେଇଛି । ଲଘୁଚାପ କ୍ଷେତ୍ରଟି ଶନିବାର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୮ ତାରିଖ ସଂଧ୍ୟା ସୁଦ୍ଧା ଅବପାତ ବାତ୍ୟାରେ ପରିଣତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ବାତ୍ୟା ୧୦ ତାରିଖରେ ଲ୍ୟାଣ୍ଡଫଲ କରିପାରି ବୋଲି ଅନୁମାନ କରାଯାଉଛି ।