ସୁରେନ୍ଦ୍ରନାଥ ନୋଡାଲ ସ୍କୁଲର ପୁରାତନ ଶିକ୍ଷାର୍ଥୀଙ୍କ ୧ଲକ୍ଷ ଟଙ୍କା ପ୍ରଦାନ

ଜଳେଶ୍ୱର, (ଏସ୍‌ ନ୍ୟୁଜ): ମୋ ସ୍କୁଲ ଅଭିଯାନ ସାରା ରାଜ୍ୟରେ ବିଦ୍ୟାଳୟର ଭିତ୍ତିଭୂମୀକୁ ସୁଦୃଢ କରୁଥିବାରୁ ଏଥିଲାଗି ବିଭିନ୍ନ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀମାନେ ଅଣ୍ଟା ଭିଡିଛନ୍ତି । ଜଳେଶ୍ୱର ବ୍ଲକର କଳମା ପଂଚାୟତର ଅଶାବନ୍ଧ ଗ୍ରାମରେ ଥିବା ସୁରେନ୍ଦ୍ର ନାଥ ଉପ୍ରା ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ବିଦ୍ୟାଳୟର ଭିତ୍ତିଭୂମୀ ସୁଦୃଢ କରିବାପାଇଁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଫଳରେ ସରକାରଙ୍କ ଠାରୁ ୨ଲକ୍ଷ ଟଙ୍କା ପାଇବାଲାଗି ପଥ ପ୍ରସ୍ତୁତ ହୋଇଛି । ଏହି ଅର୍ଥରେ ବିଦ୍ୟାଳୟର ବିକାଶ କରାଯିବ ବୋଲି ହରେନ୍ଦ୍ର କୁମାର ମହାନ୍ତି, ବଂଶୀଧର ବାରିକ, ସୁଜିତ୍‌ କୁମାର ନନ୍ଦି, ବିଶ୍ୱସାରଥି ଦତ୍ତ, ଗୟାଧର ପାଳ, ଚୈତନ୍ୟ ବେହେରା, ଚୈତ୍ୟନ୍ୟ ପାଳ ପ୍ରମୁଖ ଉପସ୍ଥିତ ହୋଇ ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଗିରିଙ୍କୁ ପ୍ରଦାନ କରିଛନ୍ତି ।