ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ ହେଲ୍ପଫରୟୁର ସହାୟତା

ଜଳେଶ୍ୱର, (ଏସ୍‌ ନ୍ୟୁଜ): ଜଳେଶ୍ୱର ବ୍ଳକ ଅନ୍ତର୍ଗତ ମାକିଡିଆ ଗାଁର ଭିନ୍ନକ୍ଷମ ଗୁଣାଧର ଦାସଙ୍କ ଉଚ୍ଚ ଶିକ୍ଷାଲାଗି ଇଚ୍ଛା ଥିଲେ ମଧ୍ୟ ଆର୍ଥୀକ ଅନଟନ ଯୋଗୁଁ ତାହା ସମ୍ଭବ ହେବନାହିଁ ବୋଲି ଭାବିଥିଲେ । କିନ୍ତୁ ଭବିଷ୍ୟତ ଅନ୍ଧକାରମୟ ଦେଇ ଗତି କରୁଥିବା ବେଳେ ବାପା ମାଙ୍କର ଶ୍ରମ ଦାନରେ ବି.ଏ ପାସ୍‌ କରିପାରିଥିଲେ । କିନ୍ତୁ ରେମୁଣାଠାରେ ସିଟି କରୁଥିବା ବେଳେ ଫର୍ମ ଫିଲପ୍‌ ଓ ଅନ୍ୟାନ୍ୟ କେତେକ ଦେୟ ଦେଇପାରନଥିବାରୁ ପରୀକ୍ଷା ଦେବା ଅସମ୍ଭବ ହୋଇ ପଡିଥିଲା । ହେଲ୍ପଫରୟୁର ସଭାପତି ମାନସ ରଂଜନ ଧଳଙ୍କୁ ସେ ଅଂଚଳର ଆଲୋକ ଘଡେଇ ଓ ଅଧ୍ୟାପକ ରମାକାନ୍ତ ଦେ ଏ ସମ୍ପର୍କରେ ଜଣାଇବା ପରେ ହେଲ୍ପଫରୟୁ ଫାଉଣ୍ଡେସନ ପକ୍ଷରୁ ୫ହଜାର ଟଙ୍କା ଓ ଛପର ନଥିବାରୁ ପାଣି ପଡୁଥିବା ଯୋଗୁଁ ଏକ ପଲିଥିନ ଆଜି ପ୍ରଦାନ କରାଯାଇଛି । ତାଙ୍କୁ ସରକାରୀ ଘର ଯୋଗାଇ ଦେବାକୁ ଫାଉଣ୍ଡେସନ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି । ଏଥିରେ ଉପଦେଷ୍ଟା ରଂଜନ ମଲ୍ଲିକ, ସୁବାଶିଷ-ମାନସ ରଂଜନ ରାଉଳ, ପ୍ରଶାନ୍ତ ବେହେରା, ତପନ ଧଳ, ନିବେଦିତା ଧଳ, କାଳିଚରାଣ ଦାସ, ନଗେନ୍ଦ୍ର ବାରିକ, ଦୀପ୍ତିରାଣୀ ଧଳ, ନିତ୍ୟାନନ୍ଦ ଦାସ, ଦେବାଶିଷ ପଣ୍ଡା, ତରୁଣ ନାଥ, ରଂଜନ ନାଗ, ଚିନ୍ମୟ ରାଉଳ, କଲ୍ୟାଣ ଚନ୍ଦ, ଗଂଗାଧର ଦେ, ସୁବ୍ରତ ଜେନା, ତପନ ଦେ, ଘନଶ୍ୟାମ ପାତ୍ର, ମନୋଜ ଜେନା, ଗଣେଷ ଜେନା, ପ୍ରଦୀପ ଚୌହାନ, ଗଂଗାଧର ଦେ ପ୍ରମୁଖ ଉପସ୍ଥିତ ଥିଲେ ।