ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା

ରାଜ୍ୟରେ ବଦଳିଲା ମାଟ୍ରିକ ପରୀକ୍ଷା ସମୟ….

ଭୁବନେଶ୍ୱର : ରାଜ୍ୟରେ ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ । ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା କାରଣରୁ ଦ୍ୱିତୀୟ ସିଟିଂ ପରୀକ୍ଷା ପ୍ରଥମ ସିଟିଂରେ ହେବ । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମ୍ପୂର୍ଣ୍ଣ ମନା ହୋଇଛି । ସେହିପରି ପ୍ରଥମ ସିଟିଂରେ ସକାଳ ୮ ରୁ ୧୦ ଯାଏ ପରୀକ୍ଷା ହେବ । ପରୀକ୍ଷା କେନ୍ଦ୍ରରେ ପାଣି, ଓଆରଏସ ମହଜୁଦ ରହିବ ବୋଲି କହିଛନ୍ତି ବୋର୍ଡ ସଭାପତି । ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାରେ ବାରଣ ହୋଇଛି । ଅନ୍ୟପକ୍ଷରେ କପି ରୋକିବାକୁ ବୋର୍ଡ ପକ୍ଷର ୩୮ ଟି ସ୍କ୍ୱାର୍ଡ ଗଠନ କରାଯିବ ବୋଲି ସୂଚନା ମିଳିଛି ।