ଭିଜିଲାନ୍ସ ଜାଲରେ RMC କର୍ମଚାରୀ

ଭିଜିଲାନ୍ସ ଜାଲରେ ଫସିଛନ୍ତି ଆରଏମସି କର୍ମଚାରୀ । ଆରଏମସି କର୍ମଚାରୀ ଗୟାଧର ସାହୁଙ୍କ ଘରେ….

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଆରଏମସି କର୍ମଚାରୀ । ଆରଏମସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଆଜି ହୋଇଛି ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ରେଡ୍ ଚାଲିଥିବା ଜଣାପଡିଛି । ସୂଚନା ମୁତାବକ, ଟାଉନ୍ ଥାନା ସନ୍ଥେଶ୍ୱରପୁର ପୈତୃକ ଘର ସମେତ ୨ଟି ସ୍ଥାନରେ ରେଡ୍ ଚାଲିଛି । ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।