ଅଭେସଙ୍କ ଘାତକ ବୋଲିଂ, ମାଟି କାମୁଡ଼ିଲା ମୁମ୍ବାଇ

ଦୁବାଇ: ଶନିବାରର ସୁପର ଲଢେଇରେ ଦମଦାର ବୋଲିଂ ପ୍ରଦର୍ଶନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଆଇପିଏଲର ୪୬ ତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ଦିଲ୍ଲୀ । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ପାଳି ଆରମ୍ଭ କରିଥିବା ମୁମ୍ବାଇକୁ ଆଜି ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୮ଟି ୱିକେଟ୍ ହରାଇ ୧୨୯ ରନ୍ କରିବାକୁ ସକ୍ଷମ ହୋଇଛି । ଅଭେସ ଖାନ ଦମଦାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ମାତ୍ର ୧୫ ରନ୍ ଦେଇ ୩ଟି ମୂଲ୍ୟବାନ୍ ୱିକେଟ୍ ଅକ୍ତିଆର କରିଛନ୍ତି ।