ଦିନ ଦିପହରେ ବନ୍ଧୁକ ଦେଖାଇ ଲୂଟ

ଖୋର୍ଦ୍ଧା: ପୁଣି କଳା ପଲସର ଆତଙ୍କ| ଦିନ ଦିପହରେ ବନ୍ଧୁକ ମୁନରେ ଲୁଟ୍‌ ଅଭିଯୋଗ। ଏହି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ଜିତେନ୍ଦ୍ର କୁମାର ଗୁରୁ। ତାଙ୍କ ଠାରୁ ଦୁର୍ବୃତ୍ତମାନେ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କଢ଼ାମଲ ଗାଁର ଜିତେନ୍ଦ୍ର କୁମାର ଗୁରୁ ଖୋର୍ଦ୍ଧାରୁ ବ୍ୟାଙ୍କରୁ ପ୍ରାୟ ୧.୨୦ ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ବାଘମାରିରେ ଏଟିଏମ୍‌ରୁ ବାକି ଟଙ୍କା ଉଠାଇ ବାଇକ୍ ଯୋଗେ ନିଜ ଗାଁ ଅଭିମୁଖେ ଯାଉଥିଲେ। ସିମୋର ନିକଟରେ ସେ ପରିସ୍ରା ଯିବା ପାଇଁ ଗାଡ଼ି ରଖିଥିଲେ। ଏହି ସମୟରେ ପଛରୁ କଳା ପଲସରରେ ଆସୁଥିବା ଦୁଇ ଜଣ ଯୁବକ ଓହ୍ଲାଇ ପଡ଼ି ତାଙ୍କୁ ବନ୍ଧୁକ ଦେଖାଇଥିଲେ ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏହା ପରେ ଜିତେନ୍ଦ୍ର ବାଘମାରି ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଦୁଇ ଦୁର୍ବୃତ୍ତ କେଉଁ ଦିଗରେ ଯାଇଛନ୍ତି, ତାହା ଜାଣିବାକୁ ଚେଷ୍ଟା କରୁଛି ପୁଲିସ୍।