ସକାଳ ୮ଟାରୁ ଆରମ୍ଭ ହେବ ପିପିଲି ଉପ ନିର୍ବାଚନ ଭୋଟ୍ ଗଣତି

ପିପିଲି: ସେପ୍ଟେମ୍ବର ୩୦ରୁ ସରିଛି ପିପିଲି ଭୋଟ । ଆସନ୍ତାକାଲି ଗଣତି ହେବ ଭୋଟ । ସକାଳ ୮ଟା ରୁ ଆରମ୍ଭ ହେବ ଗଣତି । ତିନୋଟି ରୁମରେ ହେବ । ଦୁଇଟି ରୁମ୍‌ରେ ଇଭିଏମ, ଆଉ ଗୋଟିଏ ରୁମରେ ପୋଷ୍ଟାଲ ବାଲାଟ ଗଣତି ହେବ । ଗଣତି ପାଇଁ ଯେତେ ଜଣ ରୁମରେ ରହିବେ ସମସ୍ତେ ଡବଲ ଟୀକା ନଇଥିବା ଦରକାର । ଥର୍ମାଲ ସ୍କ୍ରିନିଂ କରାଯାଇ ରୁମ୍ ଭିତରକୁ ଛଡ଼ାଯିବ।ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ୧୪ଟି ଟେବୁଲ ରହିବ। ପ୍ରତି ରାଉଣ୍ଡରେ ୧୪ଟା ଟେବୁଲରେ ଗଣତି ହେବ । ସକାଳ ୮ ଟାରୁ ଗଣତି ହେବ। ୩ ହଲରେ ହେବ ଗଣତି। ୨ଟିରେ ଇଭିଏମ ଓ ଗୋଟିଏରେ ଭିଭିପ୍ୟାଟ କାଉଣ୍ଟିଙ୍ଗ ହେବ। ପ୍ରଥମେ ୮ ଟାରୁ ପୋଷ୍ଟାଲ ବ୍ୟାଲଟ କାଉଣ୍ଟିଙ୍ଗ ଆରମ୍ଭ ହେବ । ସାଢ଼େ ୮ ଟାରେ ଇଭିଏମ ଗଣତି ହେବ। ମୋଟ ୬୨ ଜଣ କାଉଣ୍ଟିଙ୍ଗ କରିବେ।