ନନ୍ଦନକାନନ ବାଘ ସଫାରୀରେ କୁମ୍ଭୀର ଛୁଆ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଫାରୀରେ ଦୁଇଟି କୁମ୍ଭୀର ଛୁଆ ଦେଖିବାକୁ ମିଳିଥିଲା । ବାଘ ସଫାରୀ ପରିସରରେ ଥିବା ଏକ ପୋଖରୀ ଭିତରେ ଏପରି ଅଭାବନୀୟ ଘଟଣା ଦେଖବାକୁ ମିଳିଛି । ପର୍ଯ୍ୟଟକମାନେ ଏକ ସମୟରେ ସଫାରୀ ମଧ୍ୟରେ ବାଘ ଓ ପୋଖରୀ ଭିତରେ କୁମ୍ଭୀର ଛୁଆ ଦେଖି ବେଶ ଉତ୍ସାହୀତ ହେଉଥିବା ଦେଖିବାକୁ ମିଳିଥିଲା । ପରେ ଜନ୍ତୁ ରକ୍ଷକ ପୋଖରୀ ଭିତରେ କୁମ୍ଭୀର ଛୁଆ ଥିବା ନଜରକୁ ଆସିବା ପରେ କତ୍ତୃକ୍ଷଙ୍କୁ ସୂଚନା ଦେଇଥିଲେ । ପରେ ନନ୍ଦନକାନନ ଜନ୍ତୁ ରକ୍ଷକ ଏହି ଦୁଇଟି କୁମ୍ଭୀର ଛୁଆକୁ ଉଦ୍ଧାର କରିବାକୁ ଯୋଜନା କରିଥିଲେ ମଧ୍ୟ ପୋଖରୀରେ ପାଣି ଭରା ଥିବାରୁ ତାହା ସମ୍ଭବ ହୋଇନଥିଲା । ସେଠାରୁ ଜଳ ନିଷ୍କାସନ କରି ଗୋଟିଏ କୁମ୍ଭୀର ଛୁଆ ଧରାଯାଇ କୁମ୍ଭୀର ଖୁଆଡରେ ରଖା ଯାଇଥିବାବେଳେ ଅନ୍ୟ କୁମ୍ଭୀର ଛୁଆକୁ ଧରିବା ପାଇଁ ଉଦ୍ୟମ ଚାଲିଛି ।