ଶୀତରେ ଆହୁରି ଭୟଙ୍କର ରୂପ ନେବ କରୋନା,ସଚେତନ ଲାଗି ନବୀନଙ୍କ ପରାମର୍ଶ

ଭୁବନେଶ୍ବର( ଏସ ନ୍ୟୁଜ): ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିଛନ୍ତି। ସଚେତନ ରହିଲେ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି ସେ କହିଛନ୍ତି । ବର୍ତ୍ତମାନ୍ ଭାରତ କରୋନା ସଂକ୍ରମଣରେ ଦ୍ଵିତୀୟ ସ୍ଥାନରେ ରହିଛି। ଏବେ ଆମକୁ ଆହୁରି ସଚେତନ ରହିବାକୁ ପଡିବ। ଭାକସିନ ଓ ମେଡ଼ିସିନ୍ ଆସିବା ପର୍ଯ୍ୟନ୍ତ ସାବଧାନ ହୋଇ ରହିବାକୁ ପଡିବ।

ତେବେ ରାଜ୍ୟରେ ପୂର୍ବାପେକ୍ଷା ପଜିଟିଭ ହାର କମିଛି, ଆଗକୁ ଆହୁରି କମିବ। ତେଣୁ ଆମକୁ ସମସ୍ତ କୋଭିଡ ନିୟମାବଳୀ ମାନି ଚଳିବାକୁ ପଡିବ। ନିକଟରେ ଗଞ୍ଜାମ ଜିଲ୍ଲା ହଟସ୍ପଟ ପାଳଟିଥିଲା। କରୋନା ଯୋଦ୍ଧାଙ୍କ ପାଇଁ ସେଠାରେ, ଲୋକଙ୍କ ସଚେତନତା, କରୋନା ମୁକାବିଲାରେ ସେମାନଙ୍କ ହସ୍ତକ୍ଷେପ ଯୋଗୁଁ ସେଠାରେ ବର୍ତମାନ ସଂକ୍ରମଣ ହ୍ରାସ ପାଇଛି। ତେଣୁ ସେହିଭଳି ଭାବରେ ଆମକୁ କରୋନା ସହ ଲଢେଇ କରିବାକୁ ପଡିବ। ଗଞ୍ଜାମ ଓ ଗଜପତି ରେ ସଂକ୍ରମଣ ବହୁତ କମିଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପ୍ରେରଣା ହୋଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧୫ ଦିନ ରାଜ୍ୟରେ ହେବ ସଂକ୍ରମଣ ହାର କମ୍ ରହିଛି। ତେଣୁ ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି ଏବଂ ସାମାଜିକ ଦୂରତା ଅବଲମ୍ବନ ମଧ୍ୟ କରୁଛନ୍ତି । ଆପଣ ମାନଙ୍କ ସହଯୋଗରେ ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ ସଂକ୍ରମଣ ହାର କମିବା ଆରମ୍ଭ କରିଛି। ସେପ୍ଟେମ୍ବର ୨୬ ରେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ଚାରି ହଜାର ରୁ ଅଧିକ ଥିବାବେଳେ, ବର୍ତ୍ତମାନ୍ ଦୁଇ ହଜାର ତଳକୁ ଖସିଛି। ଆଉ ଆଗକୁ ଆହୁରି କମିବ ।

ବିଶେଷଜ୍ଞ ମାନଙ୍କ କହିବାନୁସାରେ, ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ । ଏବେ ଦୁର୍ଗାପୂଜା ଓ ଆଗକୁ ଦୀପାବଳୀ ଆସୁଛି । ସେ ଅନୁରୋଧ କରିଛନ୍ତି ଯେ, ପୂଜା ସମୟରେ ମଣ୍ଡପ ମାନଙ୍କରେ ଭିଡ କରନ୍ତୁ ନାହିଁ । ଚଳିତ ବର୍ଷ ସମସ୍ତେ ଘରେ ରହି ପରିବାର ଲୋକଙ୍କ ସହ ମା’ଙ୍କ ପୂଜା କରନ୍ତୁ। ଏଥିସହ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।