ମୁକେଶଙ୍କ ବିନା ନବୀନଙ୍କର ଅନ୍ୟ ଗତି ନାହିଁ

ଓଡ଼ିଶାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କର ….

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କର ବହୁତ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ବର୍ଷକୁ କୋଟିକୋଟି ଟଙ୍କାର ବ୍ୟବସାୟ କରୁଛି ରିଲାଏନ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟିଏ ଫୋନ୍‌ ପାଇବା ମାତ୍ରେ ମୁକେଶ ଅମ୍ବାନୀ କାଳବିଳମ୍ବ ନକରି ଭୁବନେଶ୍ୱର ପହଂଚି ଯାଇଥାନ୍ତେ । କିନ୍ତୁ ଉଦାରମନା ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯାଇ ଶିଳ୍ପପତିଙ୍କୁ ଭେଟିବା ଟିକେ ଅଡୁଆ ଅଡୁଆ ଲାଗୁଛି । ରାଜ୍ୟର ଶିଳ୍ପକ୍ଷେତ୍ରକୁ ଆକାଶରେ ପହଂଚାଇବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପାଂଚ ଟାଉଟର ରୋମ, ଦୁବାଇ, ମୁମ୍ବାଇ, ଦିଲ୍ଲୀ ଭଳି ଦେଶବିଦେଶ ବୁଲିଲେ । ରାଜକୋଷରୁ ବିପୁଳ ଟଙ୍କା ଲୁଟିଲେ । ଜନତା ମଇଦାନରେ ଆୟୋଜିତ ଶିଳ୍ପ ମହୋତ୍ସବରେ ଶତାଧିକ ଦେଶୀବିଦେଶୀ ଶିଳ୍ପପତି ଯୋଗଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସହିତ ବସି ସକାଳ ଜଳଖିଆ ଖାଇଥିଲେ । ରାଜ୍ୟରେ ଅଢେ଼ଇ ଲକ୍ଷ କୋଟି ଟଙ୍କା ଖଟାଇବା ପାଇଁ ବୁଝାମଣା ହୋଇଛି ବୋଲି ରାଜ୍ୟର ଶିଳ୍ପମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗର୍ବର ସହିତ ଗଣମାଧ୍ୟମକୁ ଜଣାଇଲେ ।

ରାଜ୍ୟରେ ଅଢେ଼ଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଖଟାଇବାର ବାଟ ସୁଗମ କରିଥିବା ମୁଖ୍ୟମନ୍ତ୍ରୀ ହଠାତ୍‌ ମୁମ୍ବାଇ ଉଡ଼ିଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ରିଲାଏନ୍ସ ସହ ଗ୍ରୀଡ୍‌କୋ ବୁଝାମଣାକୁ ହଠାତ୍‌ ବାତିଲ କରି ରାତାରାତି ଟାଟା ପାୱାରକୁ ଆଦରି ନେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଯୋଉ ଚାପୁଡାଏ ମାରିଛନ୍ତି । ତା’ର ପ୍ରତିଶୋଧ ନେବା ପାଇଁ ମୁକେଶଙ୍କୁ ସୁଯୋଗ ମିଳିଯାଇଛି ।

ପୂର୍ବରୁ ବିଜୁଳି ବିତରଣ କ୍ଷେତ୍ରରେ ଟଙ୍କାଟିଏ ଖର୍ଚ୍ଚ ନକରି କୋଟିକୋଟି ଟଙ୍କା ମୁନାଫା ପାଇ ମୁକେଶ ରାଜ୍ୟ ସରକାରଙ୍କୁ ଲଲିପପ୍‌ ଧରାଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟଙ୍କିକିଆ ଚକୋଲେଟ୍‌ ଧରାଇ ପାଇନ୍ତି ଧପାବାଜ ମୁକେଶ ।