ନବୀନଙ୍କ ତିର୍ତୋଲ ଭେଟି

ଭୁବନେଶ୍ୱର(ଏସ୍ ନ୍ୟୁଜ): ଉପନିର୍ବାଚନ ପୂର୍ବରୁ ଜଗତସିଂହପୁରକୁ ନବୀନଙ୍କ ଭେଟି। ତିର୍ତୋଲରେ ମହାନଦୀ ଉପରେ ଏକ ବ୍ରିଜ ନିର୍ମାଣ କରାଯିବ। ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ତିର୍ତୋଲ-ପୋଷଳ ସଂଖେଶ୍ୱର ରାସ୍ତାର ମହାନଦୀରେ ଏହି ପୋଲ ନିର୍ମାଣ ହେବ।
ନିର୍ମାଣ ହେବାକୁଥିବା ବ୍ରିଜ ପାଇଁ ୧୧୮ କୋଟି ୫୬ ଲକ୍ଷ ବ୍ୟୟ ଅଟକଳ କରାଯାଇଛି। ୮୮୮.୮୯ ମିଟର ସେତୁ ନିର୍ମାଣ ପାଇଁ ବଜେଟ ପ୍ରସ୍ତୁତି ହୋଇଛି । ଏନେଇ ସରକାରଙ୍କ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ବି ଆରମ୍ଭ ହୋଇଛି । ତେବେ ଏହି ସେତୁ ମାଧ୍ୟମରେ ଅଞ୍ଚଳର ୫୦ହଜାରରୁ ଉର୍ଧ୍ଵ ଲୋକ ଉପକୃତ ହେବେ । ଆଉ ଯାହାକୁ ନିର୍ବାଚନ ବୈତରଣୀ କରି ଉପନିର୍ବାଚନ ଜିତିବାର ଆଶା ରଖିଛି ବିଜେଡି ।